ଲଗାଣ ବର୍ଷାରେ ଫୁଲିଲା ବ୍ରାହ୍ମଣୀ
ରାଉରକେଲା,୬।୭(ସଙ୍ଗୀତା ଜେନା): ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଝାଡଖଣ୍ଡରେ ଥିବା ଡ୍ୟାମ୍ଗୁଡ଼ିକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏନେଇ କୋଏଲ, ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ନଦୀକୂଳ ତଳି ଅଞ୍ଚଳରେ କିଛିକାଂଶରେ ଘର ଓ ଜମି ଜଳମଗ୍ନ ହୋଇଯାଇଛି। ଏପରିକି ମନ୍ଦିରା ଡ୍ୟାମ୍ରେ ବନ୍ୟାଜଳ ପ୍ରବେଶ କରିଛି। ଡ୍ୟାମ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି। ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁ […] The post ଲଗାଣ ବର୍ଷାରେ ଫୁଲିଲା ବ୍ରାହ୍ମଣୀ appeared first on Dharitri Odia News.
ରାଉରକେଲା,୬।୭(ସଙ୍ଗୀତା ଜେନା): ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଝାଡଖଣ୍ଡରେ ଥିବା ଡ୍ୟାମ୍ଗୁଡ଼ିକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏନେଇ କୋଏଲ, ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ଏଥିଯୋଗୁ ନଦୀକୂଳ ତଳି ଅଞ୍ଚଳରେ କିଛିକାଂଶରେ ଘର ଓ ଜମି ଜଳମଗ୍ନ ହୋଇଯାଇଛି। ଏପରିକି ମନ୍ଦିରା ଡ୍ୟାମ୍ରେ ବନ୍ୟାଜଳ ପ୍ରବେଶ କରିଛି। ଡ୍ୟାମ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି। ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁ ବେଦବ୍ୟାସ ଶୈବପୀଠ ଘାଟରେ ଭକ୍ତଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
The post ଲଗାଣ ବର୍ଷାରେ ଫୁଲିଲା ବ୍ରାହ୍ମଣୀ appeared first on Dharitri Odia News.