ଲଗାତର ଦୁଇ ଦିନ ହେଲା ୨୪୬୪ ଟଙ୍କା କମିଲାଣି ସୁନା ଓ ରୁପା: ଆହୁରି କମିବ

ନୂଆଦିଲ୍ଲୀ: ଟ୍ରମ୍ପ ଟାରିଫ ଘୋଷଣା ପରେ ଲଗାତର ସୁନା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ( ୮ ଏପ୍ରିଲ) ସୁନା ଏବଂ ରୁପା ମୂଲ୍ୟ କମିଛି।  ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ  ୫୫୩ ଟଙ୍କା ହ୍ରାସ ପାଇ ୮୮,୫୫୦ ହୋଇଛି। ଏହା ପୂର୍ବରୁ ପୂର୍ବରୁ ୧୦ ଗ୍ରାମ ସୁନା ଦାମ ୯୦,୦୮୫ ଟଙ୍କା ଥିଲା।ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟ ମାତ୍ର ୨୦ ଟଙ୍କା ହ୍ରାସ ପାଇ କେଜି ୯୦,୩୬୩ ଟଙ୍କା ହୋଇଛି। ଏହା ପୂର୍ବରୁ ରୁପା କେଜି ୯୦,୩୯୨ ଟଙ୍କା ଥିଲା। ତେବେ ମାର୍ଚ୍ଚ ୨୮ ତାରିଖରେ ରୁପା ମୂଲ୍ୟରେ ସର୍ବାଧିକ ବୃଦ୍ଧି ୧,୦୦,୯୩୪ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏପ୍ରିଲ ୩ ତାରିଖରେ ସୁନା ମୂଲ୍ୟ  ୯୧,୨୦୫ ସର୍ବକାଳୀନ ରେକର୍ଡ କରିଥିଲା। ଗତ ଦୁଇ କାରବାର ଦିନରେ ସୁନା ମୂଲ୍ୟରେ  ୨,୪୬୪ ଟଙ୍କା ହ୍ରାସ ପାଇଲାଣି। ଗତ ସପ୍ତାହ ଶେଷରେ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ  ୯୧,୦୧୪ ଟଙ୍କା ଥିଲା। ସେହିପରି ରୁପା ଦାମ ମଧ୍ୟ  ୨,୫୪୭ ଟଙ୍କା ହ୍ରାସ ପାଇଛି। ଗତ ସପ୍ତାହରେ ଏହା  ୯୨,୯୧୦ ଟଙ୍କା ଥିଲା।ଭୁବନେଶ୍ୱର ୪ ମହାନଗରରେ ବର୍ତ୍ତମାନ ସୁନା ମୂଲ୍ୟ• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୪୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୮୮୦ ଟଙ୍କା।• ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୨୫୦ ଟଙ୍କା ଏବଂ ୨୪ କ୍ୟାର

ଲଗାତର ଦୁଇ ଦିନ ହେଲା ୨୪୬୪ ଟଙ୍କା କମିଲାଣି ସୁନା ଓ ରୁପା: ଆହୁରି କମିବ

ନୂଆଦିଲ୍ଲୀଟ୍ରମ୍ପ ଟାରିଫ ଘୋଷଣା ପରେ ଲଗାତର ସୁନା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ( ୮ ଏପ୍ରିଲ) ସୁନା ଏବଂ ରୁପା ମୂଲ୍ୟ କମିଛି।  ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ  ୫୫୩ ଟଙ୍କା ହ୍ରାସ ପାଇ ୮୮,୫୫୦ ହୋଇଛି। ଏହା ପୂର୍ବରୁ ପୂର୍ବରୁ ୧୦ ଗ୍ରାମ ସୁନା ଦାମ ୯୦,୦୮୫ ଟଙ୍କା ଥିଲା।

ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟ ମାତ୍ର ୨୦ ଟଙ୍କା ହ୍ରାସ ପାଇ କେଜି ୯୦,୩୬୩ ଟଙ୍କା ହୋଇଛି। ଏହା ପୂର୍ବରୁ ରୁପା କେଜି ୯୦,୩୯୨ ଟଙ୍କା ଥିଲା। ତେବେ ମାର୍ଚ୍ଚ ୨୮ ତାରିଖରେ ରୁପା ମୂଲ୍ୟରେ ସର୍ବାଧିକ ବୃଦ୍ଧି ୧,୦୦,୯୩୪ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏପ୍ରିଲ ୩ ତାରିଖରେ ସୁନା ମୂଲ୍ୟ  ୯୧,୨୦୫ ସର୍ବକାଳୀନ ରେକର୍ଡ କରିଥିଲା। 

ଗତ ଦୁଇ କାରବାର ଦିନରେ ସୁନା ମୂଲ୍ୟରେ  ୨,୪୬୪ ଟଙ୍କା ହ୍ରାସ ପାଇଲାଣି। ଗତ ସପ୍ତାହ ଶେଷରେ, ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ  ୯୧,୦୧୪ ଟଙ୍କା ଥିଲା। ସେହିପରି ରୁପା ଦାମ ମଧ୍ୟ  ୨,୫୪୭ ଟଙ୍କା ହ୍ରାସ ପାଇଛି। ଗତ ସପ୍ତାହରେ ଏହା  ୯୨,୯୧୦ ଟଙ୍କା ଥିଲା।

ଭୁବନେଶ୍ୱର ୪ ମହାନଗରରେ ବର୍ତ୍ତମାନ ସୁନା ମୂଲ୍ୟ

• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୪୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୮୮୦ ଟଙ୍କା।

• ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୭୩୦ ଟଙ୍କା।

• କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୭୩୦ ଟଙ୍କା।

• ଚେନ୍ନାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୭୩୦ ଟଙ୍କା।

• ଭୁବନେଶ୍ୱର: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୨,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୭୮୦ ଟଙ୍କା। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟରେ ୬୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାରେ ୬୫୦ ଟଙ୍କା ହ୍ରାସ ହୋଇଛି।