ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୦ ଯାଏ ବର୍ଷିବ
ଭୁବନେଶ୍ୱର, ୧୭ା୮ (ଅସମାପିକା ସାହୁ): ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୧୬.୨ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୧୪, ବାଲେଶ୍ୱରରେ ୧୦.୬, ନବରଙ୍ଗପୁରରେ ୬.୨, କେନ୍ଦୁଝରରେ ୫.୬, କେନ୍ଦ୍ରାପଡ଼ାରେ ୫.୩ ଓ ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି। ତେବେ ଏପରିସ୍ଥିତିରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଓ ତତ୍ସଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ […] The post ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୦ ଯାଏ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର, ୧୭ା୮ (ଅସମାପିକା ସାହୁ): ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୧୬.୨ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୧୪, ବାଲେଶ୍ୱରରେ ୧୦.୬, ନବରଙ୍ଗପୁରରେ ୬.୨, କେନ୍ଦୁଝରରେ ୫.୬, କେନ୍ଦ୍ରାପଡ଼ାରେ ୫.୩ ଓ ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି। ତେବେ ଏପରିସ୍ଥିତିରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଓ ତତ୍ସଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା(୭୦ରୁ ୨୦୦ମିମି) ଓ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବା ୨୦୦ମିମିରୁ ଅଧିକ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାକରେ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି।
The post ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୦ ଯାଏ ବର୍ଷିବ appeared first on Dharitri Odia News.