ଲଘୁଚାପ ଦୁର୍ବଳ: ଏହି ଦିନ ଯାଏ ରହିବ ଶୁଖିଲା ପାଗ
ଭୁବନେଶ୍ୱର,୩୧ା୫(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶନିବାର ରାଜ୍ୟର ବିଭିନ୍ନ ଜିଲାର କିଛି କିଛି ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର […] The post ଲଘୁଚାପ ଦୁର୍ବଳ: ଏହି ଦିନ ଯାଏ ରହିବ ଶୁଖିଲା ପାଗ appeared first on Dharitri Odia News.
ଭୁବନେଶ୍ୱର,୩୧ା୫(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶନିବାର ରାଜ୍ୟର ବିଭିନ୍ନ ଜିଲାର କିଛି କିଛି ସ୍ଥାନରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଆଦି ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ। ଜୁନ୍ ୨ରୁ ୭ ପର୍ଯ୍ୟନ୍ତ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନାହିଁ।
The post ଲଘୁଚାପ ଦୁର୍ବଳ: ଏହି ଦିନ ଯାଏ ରହିବ ଶୁଖିଲା ପାଗ appeared first on Dharitri Odia News.