ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା
ଧରାକୋଟ,୨୯ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମ ଜିଲାରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ହୋଇଥିଲା। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପକ୍ଷରେ ଜିଲାର କେତେକ […] The post ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା appeared first on Dharitri Odia News.
ଧରାକୋଟ,୨୯ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମ ଜିଲାରେ ଶୁକ୍ରବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହି ପୂର୍ବାହ୍ନ ୧୦ଟାରୁ ବର୍ଷା ହୋଇଥିଲା। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ବିଲରେ କେଉଁଠି କଳେଇ ପକେଇଛି ତ କେଉଁଠି ଖଳାରେ ଧାନ ଗଦା କରିଛି । ବର୍ଷାରେ ଧାନ ଗଦା, କଳେଇ, ବେଙ୍ଗଳା ଭିଜି ବର୍ଷକର ଫସଲ ଉଜୁଡ଼ିଯିବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।
ଅନ୍ୟପକ୍ଷରେ ଜିଲାର କେତେକ ସ୍ଥାନରେ ଆଗୁଆ ଧାନ ଫସଲ ଅମଳ କରି ରଖିଥିବା ଚାଷୀ ମଣ୍ଡି ଖୋଲି ନ ଥିବାରୁ ଅଭାବୀ ବିକ୍ରିର ଶିକାର ହୋଇଛି। ବାହାର ବ୍ୟବସାୟୀମାନେ ଏଥିରୁ ଫାଇଦା ଉଠାଉଛନ୍ତି। ସେମାନେ କୁଇଣ୍ଟାଲ ପିଛା ୧୭୦୦/୧୮୦୦ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ସରକାର ଏଫ୍ଏକ୍ୟୁମାନର ଧାନ ମଣ୍ଡିରେ ନେବାକୁ ନିଷ୍ପତ୍ତି ନେଇଥିବାରୁ ଚାଷୀ ନିଜ ଧାନ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି। ସରକାର ନିଷ୍ପତ୍ତି କୋହଳ କରିବାକୁ ଜିଲାର ଚାଷୀମାନେ ଦାବି କରିଛନ୍ତି।
ବର୍ଷାରେ ଭିଜିଲା ଧାନ
The post ଲଘୁଚାପ ବର୍ଷା ବଢାଇଲା ଚାଷୀଙ୍କ ଚିନ୍ତା appeared first on Dharitri Odia News.