ଲଜ୍ଜା: ବସ୍‌ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା…

ପୁଣେ,୨୬।୨: ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ ଯୁବତୀ। ହେଲେ ଜଣେ ଯୁବକ ତାଙ୍କୁ ବସ୍‌ ସେଠାରେ ଅଟକିବ ନାହିଁ କହି ପାର୍କିଂରେ ଥିବା ଅନ୍ୟ ଏକ ବସ୍‌ ନିକଟକୁ ନେଇ ଯାଇଥିଲେ। ପରେ ସୁଯୋଗ ନେଇ ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ। ପୁଣେର ସ୍ବର୍ଗଟେ ଥାନାରେ ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ପୀଡିତା ଜଣକ ସ୍ବର୍ଗଟେ ବସଷ୍ଟାଣ୍ଡରେ ବସ ପାଇଁ ଅପେକ୍ଷା କରିଥିଲେ। ସେହି ସମୟରେ ଅଭିଯୁକ୍ତ ଯୁବକ […] The post ଲଜ୍ଜା: ବସ୍‌ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା… appeared first on Dharitri Odia News.

ଲଜ୍ଜା: ବସ୍‌ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା…

ପୁଣେ,୨୬।୨: ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ ଯୁବତୀ। ହେଲେ ଜଣେ ଯୁବକ ତାଙ୍କୁ ବସ୍‌ ସେଠାରେ ଅଟକିବ ନାହିଁ କହି ପାର୍କିଂରେ ଥିବା ଅନ୍ୟ ଏକ ବସ୍‌ ନିକଟକୁ ନେଇ ଯାଇଥିଲେ। ପରେ ସୁଯୋଗ ନେଇ ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ। ପୁଣେର ସ୍ବର୍ଗଟେ ଥାନାରେ ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ପୀଡିତା ଜଣକ ସ୍ବର୍ଗଟେ ବସଷ୍ଟାଣ୍ଡରେ ବସ ପାଇଁ ଅପେକ୍ଷା କରିଥିଲେ। ସେହି ସମୟରେ ଅଭିଯୁକ୍ତ ଯୁବକ ସେଠାକୁ ଆସିଥିଲେ। ସେ ମିଠା ମିଠା କଥା କହି ନିଜର ପରିଚୟ ଦେଇଥିଲେ। ପରେ ସେ ପୀଡ଼ିତାଙ୍କୁ କେଉଁଠିକୁ ଯାଉଛନ୍ତି ବୋଲି ପଚାରିଥିଲେ। ବସ୍‌ ଫାଲଟନ୍‌ ଯିବ ବୋଲି ଜାଣିବା ପରେ ବସ୍‌ ସେଠାରେ ଅଟକିବ ନାହିଁ ବୋଲି ସେ କହିଥିଲେ। ପରେ ବସ୍‌ କେଉଁଠାରୁ ମିଳିବ ତାହା ଜଣାଇବା ଲାଗି ସେ ପୀଡ଼ିତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ।

ସିସିଟିଭି ଫୁଟେଜରେ ଝିଅଟି ଅଭିଯୁକ୍ତଙ୍କ ସହ ବସ ଆଡକୁ ଯାଉଥିବାର ଦେଖାଯାଉଛି। ଯେତେବେଳେ ଯୁବତୀ ବସ ପାଖରେ ପହଞ୍ଚୁଛନ୍ତି ଅନ୍ଧାର ହୋଇଥିବା ଦେଖିବାକୁ ପାଉଛନ୍ତି। ହେଲେ ଅଭିଯୁକ୍ତ ତାଙ୍କୁ ଏକ ବିଳମ୍ବିତ ରାତିର ବସ ବୋଲି କହିଛନ୍ତି। ପରେ ଯୁବତୀଜଣଙ୍କ ବସ୍‌ରେ ଚଢ଼ିବା ମାତ୍ରେ ସେ ପଛ ପଟରୁ ଦ୍ୱାର ବନ୍ଦ କରି ତାଙ୍କୁ ବଳାତ୍କାର କରିଥିଲେ। ଏହା ପରେ ଅଭିଯୁକ୍ତ ଜଣକ ପ୍ରଥମେ ବସରୁ ଓହ୍ଲାଇ ପଡ଼ିଥିଲେ। ଦୁଇ ମିନିଟ ପରେ ଯୁବତୀଜଣଙ୍କ ତଳକୁ ଓହ୍ଲାଇଥିଲେ। ସେ ଫଲଟନ ଯାଉଥିବା ବସରେ ଚଢ଼ିଥିଲେ। ସେଠାରୁ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ତାଙ୍କ ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ତୁରନ୍ତ ସ୍ବର୍ଗଟେ ପୋଲିସ ଷ୍ଟେଶନରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ।

ପୋଲିସ କହିଛି ଯେ ଅଭିଯୁକ୍ତ ଜଣଙ୍କ ଶିରୁର ଗାଁର ବାସିନ୍ଦା। ଆମେ ସିସିଟିଭି ଫୁଟେଜ ନେଇଛୁ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ବିରୁଦ୍ଧରେ ଧାରା ୩୯୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଗତକାଲିଠାରୁ ୮ ଟିମ୍‌ ଏହି ଘଟଣାରେ କାମ କରୁଛନ୍ତି।

ଅପରପକ୍ଷେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଯାଉଛି। ବସ ଭିତରେ ଜଣେ ଝିଅକୁ ବଳାତ୍କାର କରାଯାଉଛି ଏବଂ କିଭଳି ପାଖରେ ଥିବା କେହି ଏହା ଜାଣି ମଧ୍ୟ ପାରନ୍ତି ନାହିଁ। ବସ୍‌ଟି ଲକ ନ ହେବା କ’ଣ ଡ୍ରାଇଭର କିମ୍ବା କଣ୍ଡକ୍ଟରଙ୍କ ଦୋଷ? ଏହାଛଡ଼ା ପୋଲିସ ପାଟ୍ରୋଲିଂ ଉପରେ ମଧ୍ୟ ପ୍ରଶ୍ନ କରାଯାଉଛି।

The post ଲଜ୍ଜା: ବସ୍‌ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା… appeared first on Dharitri Odia News.