ଲଞ୍ଚ ହେଲା Mini Cooper ନୂଆ ମଡେଲ, ମାତ୍ର ୬.୬ ସେକେଣ୍ଡରେ ପହଞ୍ଚିବ ୦-୧୦୦ ସ୍ପିଡ୍ରେ
ନୂଆଦିଲ୍ଲୀ: ଭାରତରେ ଏହାର ନୂଆ କାର୍ ମିନି କୂପର ଏସ ଜନ କୂପର ଓ୍ବର୍କସ (JCW) ପ୍ୟାକ୍ ଲଞ୍ଚ କରିଛି ମିନି ଇଣ୍ଡିଆ । ଦିଲ୍ଲୀରେ ଚାଲିଥିବା ଭାରତ ମୋବିଲିଟି ଏକ୍ସପୋ ୨୦୨୫ରେ କମ୍ପାନି ଏହି କାର୍ ଲଞ୍ଚ କରିଛି। କାର୍ର ଏକ୍ସ ଶୋରୁମ ମୂଲ୍ୟ ୫୫,୯୦, ୦୦୦ ଟଙ୍କା ରହିଥିବାବେଳେ ଏପ୍ରିଲ ମାସଠାରୁ ଡେଲିଭରି ଆରମ୍ଭ ହେବ। ଅଧିକ ସ୍ପିଡ୍ ପସନ୍ଦ କରୁଥିବା ଲୋକଙ୍କ ଏହି କାର୍ ଖୁବ୍ ପସନ୍ଦ ଆସିବ।ମିନି କୂପର ଏସ JCW ପ୍ୟାକରେ ପୂର୍ବ ମଡେଲ ଭଳି କମ୍ପାକ୍ଟ ଏବଂ ସ୍ପୋର୍ଟୀ ଡିଜାଇନ ରହିଛି। କାର୍ ଲେଜିଣ୍ଡ ଗ୍ରେ ଏବଂ ମିଡନାଇଟ ବ୍ଲାକ୍ କଲର ଅପ୍ସନରେ ଉପଲବ୍ଧ ହେବ। ନୂଆ ମଡେଲର ଜେଟ୍ ବ୍ଲାକ୍ ରୁଫ୍, ମିରର କ୍ୟାପ୍ସ ଏବଂ ୧୭ ଇଞ୍ଚର ବ୍ଲାକ୍ ଆଲଏ ହ୍ବିଲ୍ସ ଏହାର ସ୍ପୋର୍ଟୀ ଲୁକ୍କୁ ଆହୁରି ଆକର୍ଷଣୀୟ କରୁଛି। JCW ଟ୍ରିମରେ ସ୍ବତନ୍ତ୍ର ଗ୍ରିଲ, ବମ୍ପର, ସାଇଡ୍ ସ୍କର୍ଟ ଏବଂ ରିୟର ସ୍ପଏଲର ରହିଛି।କାରର୍ ଇଣ୍ଟିରିୟରରେ JCW ସ୍ପୋର୍ଟସ ସିଟ୍ ଏବଂ ପ୍ୟାଡେଲ ଶିଫ୍ଟର୍ସ ସହ ଷ୍ଟିୟରିଂ ହ୍ବିଲ ରହିଛି। ଏଥିରେ ୨୪୦ ଏମଏମର OLED ଟଚସ୍କ୍ରିନ ରହିଛି। ଭଏସ କଣ୍ଟ୍ରୋଲ ଏବଂ ଅନ୍ୟାନ୍ୟ କନେକ୍ଟିଭିଟିର ମଧ୍ୟ ମିଳିବ କାର୍ରେ। ସେହିଭଳି ହରମନ୍ କାର୍ଡନ ସରାଉଣ୍ଡ ସାଉଣ୍ଡ ସିଷ୍ଟମ, ଆପଲ କାରପ୍ଲେ/ଆଣ୍ଡ୍ରଏଡ୍ ଅଟୋ ଏବଂ ମିନି ଇଣ୍ଟେଲିଜେଣ୍ଟ ପର୍ସନାଲ ଆସିଷ୍ଟାଣ୍ଟ ଭଳି ମଧ୍ୟ ସୁବିଧା ରହିଛି। ଆମ୍ବିଏଣ୍ଟ ଲାଇଟିଂ ଏବଂ ମିନ
ନୂଆଦିଲ୍ଲୀ: ଭାରତରେ ଏହାର ନୂଆ କାର୍ ମିନି କୂପର ଏସ ଜନ କୂପର ଓ୍ବର୍କସ (JCW) ପ୍ୟାକ୍ ଲଞ୍ଚ କରିଛି ମିନି ଇଣ୍ଡିଆ । ଦିଲ୍ଲୀରେ ଚାଲିଥିବା ଭାରତ ମୋବିଲିଟି ଏକ୍ସପୋ ୨୦୨୫ରେ କମ୍ପାନି ଏହି କାର୍ ଲଞ୍ଚ କରିଛି। କାର୍ର ଏକ୍ସ ଶୋରୁମ ମୂଲ୍ୟ ୫୫,୯୦, ୦୦୦ ଟଙ୍କା ରହିଥିବାବେଳେ ଏପ୍ରିଲ ମାସଠାରୁ ଡେଲିଭରି ଆରମ୍ଭ ହେବ। ଅଧିକ ସ୍ପିଡ୍ ପସନ୍ଦ କରୁଥିବା ଲୋକଙ୍କ ଏହି କାର୍ ଖୁବ୍ ପସନ୍ଦ ଆସିବ।
ମିନି କୂପର ଏସ JCW ପ୍ୟାକରେ ପୂର୍ବ ମଡେଲ ଭଳି କମ୍ପାକ୍ଟ ଏବଂ ସ୍ପୋର୍ଟୀ ଡିଜାଇନ ରହିଛି। କାର୍ ଲେଜିଣ୍ଡ ଗ୍ରେ ଏବଂ ମିଡନାଇଟ ବ୍ଲାକ୍ କଲର ଅପ୍ସନରେ ଉପଲବ୍ଧ ହେବ। ନୂଆ ମଡେଲର ଜେଟ୍ ବ୍ଲାକ୍ ରୁଫ୍, ମିରର କ୍ୟାପ୍ସ ଏବଂ ୧୭ ଇଞ୍ଚର ବ୍ଲାକ୍ ଆଲଏ ହ୍ବିଲ୍ସ ଏହାର ସ୍ପୋର୍ଟୀ ଲୁକ୍କୁ ଆହୁରି ଆକର୍ଷଣୀୟ କରୁଛି। JCW ଟ୍ରିମରେ ସ୍ବତନ୍ତ୍ର ଗ୍ରିଲ, ବମ୍ପର, ସାଇଡ୍ ସ୍କର୍ଟ ଏବଂ ରିୟର ସ୍ପଏଲର ରହିଛି।
କାରର୍ ଇଣ୍ଟିରିୟରରେ JCW ସ୍ପୋର୍ଟସ ସିଟ୍ ଏବଂ ପ୍ୟାଡେଲ ଶିଫ୍ଟର୍ସ ସହ ଷ୍ଟିୟରିଂ ହ୍ବିଲ ରହିଛି। ଏଥିରେ ୨୪୦ ଏମଏମର OLED ଟଚସ୍କ୍ରିନ ରହିଛି। ଭଏସ କଣ୍ଟ୍ରୋଲ ଏବଂ ଅନ୍ୟାନ୍ୟ କନେକ୍ଟିଭିଟିର ମଧ୍ୟ ମିଳିବ କାର୍ରେ। ସେହିଭଳି ହରମନ୍ କାର୍ଡନ ସରାଉଣ୍ଡ ସାଉଣ୍ଡ ସିଷ୍ଟମ, ଆପଲ କାରପ୍ଲେ/ଆଣ୍ଡ୍ରଏଡ୍ ଅଟୋ ଏବଂ ମିନି ଇଣ୍ଟେଲିଜେଣ୍ଟ ପର୍ସନାଲ ଆସିଷ୍ଟାଣ୍ଟ ଭଳି ମଧ୍ୟ ସୁବିଧା ରହିଛି। ଆମ୍ବିଏଣ୍ଟ ଲାଇଟିଂ ଏବଂ ମିନି ଏକ୍ସପିରିଏନ୍ସ ମୋଡ୍ସ ଡ୍ରାଇଭିଂ ମଧ୍ୟ ଖୁବ୍ ରୋମାଞ୍ଚକର ଏକ୍ସପିରିଏନ୍ସ ଦେବ।
ରହିଛି ଶକ୍ତିଶାଳୀ ଇଞ୍ଜିନ
ମିନି କୂପରରେ ରହିଛି ୨.୦ ଲିଟର ଇଞ୍ଜନ ରହିଛି, ଯାହା ୨୦୪ ବିଏଚପି ପାଓ୍ବାର ଏବଂ ୩୦୦ ଏନଏମ ପିକ୍ ଟର୍କ ଜେନେରେଟ କରିଥାଏ। ଏହି କାର୍ ମାତ୍ର ୬.୬ ସେକେଣ୍ଡରେ ୦ରୁ ୧୦୦ କିମି ପ୍ରତି ଘଣ୍ଟାର ସ୍ପିଡ ଧରିବାରେ ସକ୍ଷମ। କାରର ସର୍ବାଧିକ ସ୍ପିଡ୍ ୨୪୨ କିମି ପ୍ରତି ଘଣ୍ଟା ରହିଛି। ଏଥିରେ ୭ ସ୍ପିଡ ଡୁଆଲ-କ୍ଲଚ୍ ଟ୍ରାନ୍ସମିଶନ ଏବଂ ଆଡାପ୍ଟିଭ ସସପେନସନ ଭଳି ସୁବିଧା ଦିଆଯାଇଛି।
ମିନି କୂପର ଏସ ଜେସିଡବ୍ଲୁ ପ୍ୟାକରେ କ୍ରୁଜ୍ କଣ୍ଟ୍ରୋଲ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ପାର୍କିଂ ଆସିଷ୍ଟାଣ୍ଟ ଏବଂ ଡାଇନାମିକ ଷ୍ଟାବିଲିଟି କଣ୍ଟ୍ରୋଲ ଭଳି ସୁବିଧା ରହିଛି। କାର୍ ସହ ୨ ବର୍ଷର ଅନଲିମିଟେଡ କିଲେମିଟର ଓ୍ବାରେଣ୍ଟି ଏବଂ ୧୦ ବର୍ଷ କିମ୍ବା ୨ ଲକ୍ଷ ପର୍ଯ୍ୟନ୍ତ ସର୍ଭିସ ପ୍ଲାନ ମଧ୍ୟ ଦିଆଯିବାନେଇ କମ୍ପାନି କହିଛି।