ଲଣ୍ଡନରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ

ଲଣ୍ଡନ,୨୫।୩: ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ ୩୩ ବର୍ଷୀୟ ଭାରତୀୟ ଛାତ୍ରୀ ଚିସ୍ତା କୋଚରଙ୍କ ମୃତ୍ୟୁ ଘଟିଛି। ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପିଏଚଡି କରୁଥିବା ଚିସ୍ତା ସାଇକେଲରେ ତାଙ୍କ ଘରକୁ ଯାଉଥିବାବେଳେ ଏକ ଲୋରୀ (ଟ୍ରକ) ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଚିସ୍ତାଙ୍କ ସ୍ବାମୀ ତାଙ୍କଠାରୁ କିଛି ମିଟର ଆଗରେ ବୁଲୁଥିଲେ। ତାଙ୍କ ସ୍ବାମୀ ପ୍ରଶାନ୍ତ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ତାଙ୍କ ଦେହାନ୍ତ ବିଷୟରେ ଖବର ଶେୟାର […] The post ଲଣ୍ଡନରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ appeared first on Dharitri Odia News.

ଲଣ୍ଡନରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ

ଲଣ୍ଡନ,୨୫।୩: ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ ୩୩ ବର୍ଷୀୟ ଭାରତୀୟ ଛାତ୍ରୀ ଚିସ୍ତା କୋଚରଙ୍କ ମୃତ୍ୟୁ ଘଟିଛି। ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପିଏଚଡି କରୁଥିବା ଚିସ୍ତା ସାଇକେଲରେ ତାଙ୍କ ଘରକୁ ଯାଉଥିବାବେଳେ ଏକ ଲୋରୀ (ଟ୍ରକ) ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଚିସ୍ତାଙ୍କ ସ୍ବାମୀ ତାଙ୍କଠାରୁ କିଛି ମିଟର ଆଗରେ ବୁଲୁଥିଲେ। ତାଙ୍କ ସ୍ବାମୀ ପ୍ରଶାନ୍ତ ଜଣେ ସଫ୍ଟୱେୟାର ଇଞ୍ଜିନିୟର।
ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ତାଙ୍କ ଦେହାନ୍ତ ବିଷୟରେ ଖବର ଶେୟାର କରିଥିଲେ। ଅମିତାଭ କାନ୍ତ, ଏକ୍ସରେ ଥିବା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଚିସ୍ତା କୋଚର ତାଙ୍କ ସହ ନୀତି ଆୟୋଗରେ LIFE କାର୍ଯ୍ୟକ୍ରମରେ କାମ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘କୋଚର ମୋ ସହ @NITIAayog ରେ #LIFE କାର୍ଯ୍ୟକ୍ରମରେ କାମ କରିଥିଲେ। ସେ # ନ୍ୟୁଜ ୟୁନିଟରେ ଥିଲେ ଏବଂ #LSE ରେ ଆଚରଣ ବିଜ୍ଞାନରେ ପିଏଚଡି କରିବାକୁ ଯାଇଥିଲେ। ସେ ଖୁବ ମେଧାବୀ ଓ ପରିଶ୍ରଭି ଥିଲେ। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

The post ଲଣ୍ଡନରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ appeared first on Dharitri Odia News.