ଲଣ୍ଡନରେ ସପିଂ କରିବାକୁ ଯାଇଥିଲେ ଭାରତୀୟ କ୍ରିକେଟର, ଦାମ୍ ଶୁଣି କଲେ ଏମିତି

ନୂଆଦିଲ୍ଲୀ ୨୯/୦୭: ୫ ଟିକିଆ ସିରିଜ ଖେଳିବାକୁ ଲଣ୍ଡନରେ ଟିମ୍ ଇଣ୍ଡିଆର କ୍ରିକେଟର । ସରିଛି ଚତୁର୍ତ ଟେଷ୍ଟ । ଜୁଲାଇ ୩୧ ରୁ ଓଭାଲରେ ଖେଳାଯିବ ପଞ୍ଚମ ଓ ଶେଷ ଟେଷ୍ଟ ।  ତେବେ ଚତୁର୍ଥ ଟେଷ୍ଟ ଡ୍ର ହେବା ପରେ ଲଣ୍ଡନ ମାର୍କେଟ ବୁଲୁଥିଲେ ଟିମ୍‌ ଖେଳାଳି । ଖାସ୍ କରି ସପିଂରେ ବାହାରିଥିଲେ ବୋଲର ଅର୍ଶଦୀପ ସିଂହ ଓ ଓ୍ୱିକେଟକିପର ଓ ବ୍ୟାଟର ଧ୍ରୁବ ଜୁରେଲ୍ । ଆଉ ସୋସିଆଲ ମିଡିଆରେ ସେୟାର କରିଥିଲେ ନିଜର ସୁନ୍ଦର ଅନୁଭୂତି । ହେଲେ ଏହି ସୁନ୍ଦର ଅନୁଭୂତି ଭିତରେ ଏମିତି କିଛି ଘଟଣା ଥିଲା, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ । ଅର୍ଶଦୀପ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସେହି ସବୁ ଘଟଣା ବିଷୟରେ କହିଥିଲେ ଯାହା ସେ କିଣିଥିଲେ । ଏହି ସମୟରେ ସେ ଆହୁରି ଗୋଟିଏ କଥା କହିଥିଲେ ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜବୁ୍ । ଏମିତିକି ସେ ନିଜେ ବି ଜାଣିବା ପରେ ଚାଲିଆସିଥିଲେ ଛାଡି । ପ୍ରକୃତରେ କହିବାକୁ ଗଲେ, ଅର୍ଶଦୀପ ଭିଡିଓରେ କହିଥିଲେ ଆଜି ଆମେ ଜେଣ୍ଟଲମ୍ୟାନ୍ ସପିଂ କରିବାକୁ ଯାଇଥିଲୁ । ସେଠାରେ ସର୍ବ ପ୍ରଥମେ ଆମୋ ଗୋଟିଏ ଶାର୍ଟ ଧରିଥିଲୁ କିଣିବା ପାଇଁ । କିନ୍ତୁ ତାର ଦାମ ଦେଖି ମୋର ହୋସ ଉଡିଯାଇଥିଲା । ରଲ୍ଫ ଲରେନ୍ ପୋଲୋର ଶାର୍ଟ ଦେଖି ସେମାନେ ସେଠାରେ ଅଟକିଯାଇଥିଲେ । ଆଉ ଶାର୍ଟଟିକୁ ହାତରେ ଧରିବା ପରେ ଉଭୟ ଖେଳାଳି ଉଭୟଙ୍କୁ ଅନାଇ ହସିଥିଲେ । କାରଣ ସାର୍ଟଟିର ଦାମ୍ ଥିଲା ୩ ଲକ୍ଷ । ଅର୍ଶଦୀପ କହିଥିଲେ ଯେ, ସେମ

ଲଣ୍ଡନରେ ସପିଂ କରିବାକୁ ଯାଇଥିଲେ ଭାରତୀୟ କ୍ରିକେଟର, ଦାମ୍ ଶୁଣି କଲେ ଏମିତି

ନୂଆଦିଲ୍ଲୀ ୨୯/୦୭: ୫ ଟିକିଆ ସିରିଜ ଖେଳିବାକୁ ଲଣ୍ଡନରେ ଟିମ୍ ଇଣ୍ଡିଆର କ୍ରିକେଟର । ସରିଛି ଚତୁର୍ତ ଟେଷ୍ଟ । ଜୁଲାଇ ୩୧ ରୁ ଓଭାଲରେ ଖେଳାଯିବ ପଞ୍ଚମ ଓ ଶେଷ ଟେଷ୍ଟ ।  ତେବେ ଚତୁର୍ଥ ଟେଷ୍ଟ ଡ୍ର ହେବା ପରେ ଲଣ୍ଡନ ମାର୍କେଟ ବୁଲୁଥିଲେ ଟିମ୍‌ ଖେଳାଳି । ଖାସ୍ କରି ସପିଂରେ ବାହାରିଥିଲେ ବୋଲର ଅର୍ଶଦୀପ ସିଂହ ଓ ଓ୍ୱିକେଟକିପର ଓ ବ୍ୟାଟର ଧ୍ରୁବ ଜୁରେଲ୍ । 

ଆଉ ସୋସିଆଲ ମିଡିଆରେ ସେୟାର କରିଥିଲେ ନିଜର ସୁନ୍ଦର ଅନୁଭୂତି । ହେଲେ ଏହି ସୁନ୍ଦର ଅନୁଭୂତି ଭିତରେ ଏମିତି କିଛି ଘଟଣା ଥିଲା, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ । ଅର୍ଶଦୀପ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସେହି ସବୁ ଘଟଣା ବିଷୟରେ କହିଥିଲେ ଯାହା ସେ କିଣିଥିଲେ । ଏହି ସମୟରେ ସେ ଆହୁରି ଗୋଟିଏ କଥା କହିଥିଲେ ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜବୁ୍ । 

ଏମିତିକି ସେ ନିଜେ ବି ଜାଣିବା ପରେ ଚାଲିଆସିଥିଲେ ଛାଡି । ପ୍ରକୃତରେ କହିବାକୁ ଗଲେ, ଅର୍ଶଦୀପ ଭିଡିଓରେ କହିଥିଲେ ଆଜି ଆମେ ଜେଣ୍ଟଲମ୍ୟାନ୍ ସପିଂ କରିବାକୁ ଯାଇଥିଲୁ । ସେଠାରେ ସର୍ବ ପ୍ରଥମେ ଆମୋ ଗୋଟିଏ ଶାର୍ଟ ଧରିଥିଲୁ କିଣିବା ପାଇଁ । କିନ୍ତୁ ତାର ଦାମ ଦେଖି ମୋର ହୋସ ଉଡିଯାଇଥିଲା । 

ରଲ୍ଫ ଲରେନ୍ ପୋଲୋର ଶାର୍ଟ ଦେଖି ସେମାନେ ସେଠାରେ ଅଟକିଯାଇଥିଲେ । ଆଉ ଶାର୍ଟଟିକୁ ହାତରେ ଧରିବା ପରେ ଉଭୟ ଖେଳାଳି ଉଭୟଙ୍କୁ ଅନାଇ ହସିଥିଲେ । କାରଣ ସାର୍ଟଟିର ଦାମ୍ ଥିଲା ୩ ଲକ୍ଷ । ଅର୍ଶଦୀପ କହିଥିଲେ ଯେ, ସେମାନେ ସେହି ଶୋ ରୁମ୍‌ରେ ମାତ୍ର ୧୭ ସେକେଣ୍ଡ ଅଟକିଥିଲେ । ଦାମ ଦେଖିଲେ ଆଉ ସେଠାରୁ ପଳାଇ ଆସିଲେ ।