ଲତିକାଙ୍କ ଅଭିଯୋଗ,ରଞ୍ଜିତାଙ୍କ ଜବାବ

ଲତିକା ପ୍ରଧାନ- ରଞ୍ଜିତା ସାହୁ ମୁହାଁମୁହିଁ ।  ଆସ୍କାରେ ବିଜେଡି ହାରିବା ପରେ ରଞ୍ଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ସାହୁ।  କହିଛନ୍ତି, ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ଆସ୍କା ବିଜେଡି ସାଂସଦ ପ୍ରାର୍ଥୀ।  ତାଙ୍କ ପାଇଁ ବିଜେଡି ଆସ୍କା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା ।  ବିଜେପି ଏଜେଣ୍ଟଙ୍କ ସହ […] The post ଲତିକାଙ୍କ ଅଭିଯୋଗ,ରଞ୍ଜିତାଙ୍କ ଜବାବ appeared first on KNews Odisha.

ଲତିକାଙ୍କ ଅଭିଯୋଗ,ରଞ୍ଜିତାଙ୍କ ଜବାବ
latika pradhan

ଲତିକା ପ୍ରଧାନ- ରଞ୍ଜିତା ସାହୁ ମୁହାଁମୁହିଁ ।  ଆସ୍କାରେ ବିଜେଡି ହାରିବା ପରେ ରଞ୍ଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ସାହୁ।  କହିଛନ୍ତି, ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ଆସ୍କା ବିଜେଡି ସାଂସଦ ପ୍ରାର୍ଥୀ।  ତାଙ୍କ ପାଇଁ ବିଜେଡି ଆସ୍କା ଲୋକସଭା ସହ ଅନେକ ବିଧାନସଭା କ୍ଷେତ୍ରରେ ହାରିଲା। ହିଞ୍ଜିଳିରେ ଭୋଟ କମିବା ସହ କବିସୂର୍ଯ୍ୟନଗରରେ ବି ଦଳ ତାଙ୍କ ପାଇଁ ହାରିଲା ।  ବିଜେପି ଏଜେଣ୍ଟଙ୍କ ସହ ମିଶି ବିଭୀଷଣ କାମ କରିଥିଲେ ଆସ୍କା ସାଂସଦ ପ୍ରାର୍ଥୀ।

ଏହାର ଭିଡିଓ ଫଟୋ ବି ଘୁରି ବୁଲୁଛି । ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏହା ଅବଗତ କରିଥିବା କହିଛନ୍ତି ଲତିକା ପ୍ରଧାନ ।  ଏହାପରେ ଆଜି ନବୀନ ନିବାସ ଯାଇଥିଲେ ରଞ୍ଜିତା । ଲତିକା ପ୍ରଧାନଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ରଞ୍ଜିତା। ଲତିକା ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଘୂରି ବୁଲୁଥିବା ଭିଡିଓ ସତ୍ୟତାକୁ ନେଇ ଏହା ଭିତ୍ତିହୀନ ବୋଲି କହିଛନ୍ତି ରଞ୍ଜିତା ।

The post ଲତିକାଙ୍କ ଅଭିଯୋଗ,ରଞ୍ଜିତାଙ୍କ ଜବାବ appeared first on KNews Odisha.