ଲଦାଖ ଭବନରେ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ
ନୂଆଦିଲ୍ଲୀ,୭ା୧୦: ଲଦାଖକୁ ସମ୍ବିଧାନର ଷଷ୍ଠ ପରିଚ୍ଛେଦ ମାନ୍ୟତା ପ୍ରଦାନ ଦାବିରେ ଜଳବାୟୁ କର୍ମୀ ସୋନମ୍ ଓ୍ବାଙ୍ଗଚୁକ୍ ଦିଲ୍ଲୀର ଯନ୍ତରମନ୍ତରରେ ଆମରଣ ଅନଶନରେ ବସିବା ପାଇଁ ଅନୁମତି ଲୋଡ଼ିଥିଲେ। ତେବେ ଏଥିପାଇଁ ଅନୁମତି ନ ମିଳିବାରୁ ସେ ରବିବାର ଲଦାଖ ଭବନରେ ଅନଶନରେ ବସିଛନ୍ତି। ଦିଲ୍ଲୀରେ ଅନ୍ୟ କୌଣସି ସ୍ଥାନ ସେମାନଙ୍କୁ ନ ମିଳିବାରୁ ଲଦାଖ ଭବନରେ ଆନ୍ଦୋଳନ କରିବାକ ବାଧ୍ୟ ହେଲୁ ବୋଲି ଓ୍ବାଙ୍ଗ୍ଚୁକ୍ ଅନଶନରେ ବସିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି। ଓ୍ବାଙ୍ଗ୍ଚୁକ୍ଙ୍କ ସମେତ ୧୮ ଜଣ ଲଦାଖ […] The post ଲଦାଖ ଭବନରେ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ appeared first on Dharitri Odia News.
ନୂଆଦିଲ୍ଲୀ,୭ା୧୦: ଲଦାଖକୁ ସମ୍ବିଧାନର ଷଷ୍ଠ ପରିଚ୍ଛେଦ ମାନ୍ୟତା ପ୍ରଦାନ ଦାବିରେ ଜଳବାୟୁ କର୍ମୀ ସୋନମ୍ ଓ୍ବାଙ୍ଗଚୁକ୍ ଦିଲ୍ଲୀର ଯନ୍ତରମନ୍ତରରେ ଆମରଣ ଅନଶନରେ ବସିବା ପାଇଁ ଅନୁମତି ଲୋଡ଼ିଥିଲେ। ତେବେ ଏଥିପାଇଁ ଅନୁମତି ନ ମିଳିବାରୁ ସେ ରବିବାର ଲଦାଖ ଭବନରେ ଅନଶନରେ ବସିଛନ୍ତି। ଦିଲ୍ଲୀରେ ଅନ୍ୟ କୌଣସି ସ୍ଥାନ ସେମାନଙ୍କୁ ନ ମିଳିବାରୁ ଲଦାଖ ଭବନରେ ଆନ୍ଦୋଳନ କରିବାକ ବାଧ୍ୟ ହେଲୁ ବୋଲି ଓ୍ବାଙ୍ଗ୍ଚୁକ୍ ଅନଶନରେ ବସିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି। ଓ୍ବାଙ୍ଗ୍ଚୁକ୍ଙ୍କ ସମେତ ୧୮ ଜଣ ଲଦାଖ ଭବନ ଫାଟକ ନିକଟରେ ଅନଶନରେ ବସିବା ସହ ଭାରତ ମାତା କୀ ଜୟ, ଜୟ ଲଦାଖ, ଲଦାଖ ବଞ୍ଚାଅ, ହିମାଳୟ ବଞ୍ଚାଅ ଆଦି ସ୍ଲୋଗାନ ଦେଇଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି, ଅଳ୍ପ ସମୟ ପୂର୍ବରୁ ସେମାନେ ଅନଶନ ପାଇଁ ଅନୁମତି ମାଗିଥିଲେ ତେବେ ଅନଶନର ନିର୍ଦ୍ଦିଷ୍ଟ ସମୟ ଓ କେତେ ଲୋକଙ୍କ ସମାଗମ ହେବ ତାହା ଉଲ୍ଲେଖ କରି ନ ଥିଲେ। ଗାଇଡ୍ଲାଇନ ଅନୁଯାୟୀ, ଯନ୍ତରମନ୍ତରରେ କୌଣସି ଆନ୍ଦୋଳନ କରିବାକୁ ହେଲେ ଅନୂ୍ୟନ ୧୦ ଦିନ ପୂର୍ବରୁ ଆବେଦନ କରିବାକୁ ହେବ। ଏଥିସହିତ ଆନ୍ଦୋଳନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବା ଆବଶ୍ୟକ।
The post ଲଦାଖ ଭବନରେ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ appeared first on Dharitri Odia News.