ଲମ୍ପିସ୍କିନ୍ ରୋଗରେ ଆକ୍ରାନ୍ତ ଗୋରୁ, ଏମିତି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ…
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ଗ୍ରାମରେ ଅଭିମନ୍ୟୁ ମହାନ୍ତଙ୍କ ଗୋରୁଙ୍କୁ ଲମ୍ପିସ୍କିନ ରୋଗ ଆକ୍ରାନ୍ତ କରିଥିବା ସେ କହିଛନ୍ତି। ସେହିଭଳି ସାହାରପଡ଼ା ବ୍ଲକ ଅଞ୍ଚଳର ଛେଳିମାନଙ୍କୁ ଇ.ଏନ.ଟି ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗୋରୁଙ୍କ ଦେହରେ ପ୍ରଥମେ ବଥ ଭଳି ହୋଇ ପାଚି ଯିବା ପରେ ଦେହରୁ ଚମଡ଼ା ଛାଡିଯାଉଛି। ଗୋରୁ କଷ୍ଟ ପାଇବା ସହ ଚାଲି ପାରୁନାହାନ୍ତି। ଅଭିମନ୍ୟୁ ବୃତ୍ତିରେ ଜଣେ ଅଧ୍ୟାପକ ହୋଇ ମଧ୍ୟ ନିଜ ଘରେ ଏକ ଗୋ’ […] The post ଲମ୍ପିସ୍କିନ୍ ରୋଗରେ ଆକ୍ରାନ୍ତ ଗୋରୁ, ଏମିତି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ… appeared first on Dharitri Odia News.
ପାଟଣା,୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ଗ୍ରାମରେ ଅଭିମନ୍ୟୁ ମହାନ୍ତଙ୍କ ଗୋରୁଙ୍କୁ ଲମ୍ପିସ୍କିନ ରୋଗ ଆକ୍ରାନ୍ତ କରିଥିବା ସେ କହିଛନ୍ତି। ସେହିଭଳି ସାହାରପଡ଼ା ବ୍ଲକ ଅଞ୍ଚଳର ଛେଳିମାନଙ୍କୁ ଇ.ଏନ.ଟି ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗୋରୁଙ୍କ ଦେହରେ ପ୍ରଥମେ ବଥ ଭଳି ହୋଇ ପାଚି ଯିବା ପରେ ଦେହରୁ ଚମଡ଼ା ଛାଡିଯାଉଛି। ଗୋରୁ କଷ୍ଟ ପାଇବା ସହ ଚାଲି ପାରୁନାହାନ୍ତି। ଅଭିମନ୍ୟୁ ବୃତ୍ତିରେ ଜଣେ ଅଧ୍ୟାପକ ହୋଇ ମଧ୍ୟ ନିଜ ଘରେ ଏକ ଗୋ’ ଶାଳା କରି ଶତାଧିକ ଗୋରୁଙ୍କୁ ରଖି ଗୋ’ପାଳନ କରୁଥିବା ବେଳେ ୫ରୁ ଊଦ୍ଧର୍ବ ଗୋରୁଙ୍କ ନିକଟରେ ଏହି ରୋଗର ଲକ୍ଷଣ ଦେଖା ଦେଉଥିବା ସେ କହିଛନ୍ତି।
ସେହିପରି ଛେଳିଙ୍କ ନିକଟରେ ଇଏନ୍ଟି ରୋଗ ଦେଖା ଦେଇଥିବା ଶଙ୍ଖୁଆ ଗ୍ରାମର ଚାଷୀ ଯୋଶବନ୍ତ ମହାନ୍ତ କହିଛନ୍ତି। ଗୋରୁ ଓ ଛେଳିଙ୍କ ନିକଟରେ ଏଭଳି ରୋଗ ଦେଖା ଦେଇଥିବାରୁ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ପ୍ରାଣୀ ସମ୍ପଦ ବିଭାଗ ତୁରନ୍ତ ଗୋରୁ ଓ ଛେଳିଙ୍କୁ ଟିକାକରଣ କରିବାକୁ ଦାବି ହୋଇଛି। ଏନେଇ ସାହାରପଡ଼ା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ଲିନା ମଲ୍ଲଙ୍କୁ ପଚାରିବାରୁ ଗୋରୁଙ୍କୁ ଚିକିତ୍ସା ଆରମ୍ଭ ହୋଇଛି ବୋଲି କହିଛନ୍ତି।
The post ଲମ୍ପିସ୍କିନ୍ ରୋଗରେ ଆକ୍ରାନ୍ତ ଗୋରୁ, ଏମିତି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ… appeared first on Dharitri Odia News.