ଲରେନ୍ସଙ୍କ ଭାଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ, ୩।୧୧: ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍‌ ଶନିବାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରି ଆଣିବା ପ୍ରକ୍ରିୟା ଆରମ୍ଭ କରିଛି। ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ ପୋଲିସର ଓ୍ବାଣ୍ଟେଡ ତାଲିକାରେ ଅନ୍‌ମୋଲ ରହିଛନ୍ତି। ମୁମ୍ବାଇ ପୋଲିସର ସୂତ୍ର ଅନୁଯାୟୀ, ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(ଏମ୍‌ସିଓସିଏ) ସମ୍ବନ୍ଧିତ ମାମଲାର ସ୍ବତନ୍ତ୍ର ଅଦାଲତ ଅନମୋଲଙ୍କୁ ଗିରଫ କରିବା ପାଇଁ ଜାମୀନ ବିହୀନ ଓ୍ବାରେଣ୍ଟ ଜାରି କରିଛି। The post ଲରେନ୍ସଙ୍କ ଭାଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.

ଲରେନ୍ସଙ୍କ ଭାଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ, ୩।୧୧: ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍‌ ଶନିବାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରି ଆଣିବା ପ୍ରକ୍ରିୟା ଆରମ୍ଭ କରିଛି। ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ ପୋଲିସର ଓ୍ବାଣ୍ଟେଡ ତାଲିକାରେ ଅନ୍‌ମୋଲ ରହିଛନ୍ତି। ମୁମ୍ବାଇ ପୋଲିସର ସୂତ୍ର ଅନୁଯାୟୀ, ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(ଏମ୍‌ସିଓସିଏ) ସମ୍ବନ୍ଧିତ ମାମଲାର ସ୍ବତନ୍ତ୍ର ଅଦାଲତ ଅନମୋଲଙ୍କୁ ଗିରଫ କରିବା ପାଇଁ ଜାମୀନ ବିହୀନ ଓ୍ବାରେଣ୍ଟ ଜାରି କରିଛି।

The post ଲରେନ୍ସଙ୍କ ଭାଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.