ଲାଞ୍ଚ ଟଙ୍କା ଭାଗବଣ୍ଟାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮ା୮: ଦିଲ୍ଲୀର ୩ ଜଣ ଟ୍ରାଫିକ୍‌ ପୋଲିସ ଶନିବାର ଲାଞ୍ଚ ଟଙ୍କା ପରସ୍ପର ମଧ୍ୟରେ ଭାଗବଣ୍ଟା କରୁଥିବା ବେଳେ ସିସିଟିଭିରେ ଧରାପଡ଼ିଯାଇଥିଲେ। ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ଥ୍ରିଲ୍‌ ଲୌରି ସର୍କଲର ଗାଜିପୁର ପୋଲିସ ଚେକ୍‌ପୋଷ୍ଟ ଭିତରେ ଜଣେ ବ୍ୟକ୍ତିଙ୍କ ସହ ପୋଲିସ କର୍ମଚାରୀମାନଙ୍କ ଯୁକ୍ତିତର୍କ ଚାଲିଥିବା ଭିଡିଓରେ ଦେଖିବାକୁ ମିଳିଛି। ପରେ ବ୍ୟକ୍ତି ଜଣକ ପୋଲିସ ଟେବୁଲ ଉପରେ ଏକ ନୋଟ୍‌ ବିଡ଼ା ରଖି ଚାଲିଯାଇଥିଲେ। ୩ […] The post ଲାଞ୍ଚ ଟଙ୍କା ଭାଗବଣ୍ଟାର ଭିଡିଓ ଭାଇରାଲ appeared first on Dharitri Odia News.

ଲାଞ୍ଚ ଟଙ୍କା ଭାଗବଣ୍ଟାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮ା୮: ଦିଲ୍ଲୀର ୩ ଜଣ ଟ୍ରାଫିକ୍‌ ପୋଲିସ ଶନିବାର ଲାଞ୍ଚ ଟଙ୍କା ପରସ୍ପର ମଧ୍ୟରେ ଭାଗବଣ୍ଟା କରୁଥିବା ବେଳେ ସିସିଟିଭିରେ ଧରାପଡ଼ିଯାଇଥିଲେ। ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି।

ଥ୍ରିଲ୍‌ ଲୌରି ସର୍କଲର ଗାଜିପୁର ପୋଲିସ ଚେକ୍‌ପୋଷ୍ଟ ଭିତରେ ଜଣେ ବ୍ୟକ୍ତିଙ୍କ ସହ ପୋଲିସ କର୍ମଚାରୀମାନଙ୍କ ଯୁକ୍ତିତର୍କ ଚାଲିଥିବା ଭିଡିଓରେ ଦେଖିବାକୁ ମିଳିଛି। ପରେ ବ୍ୟକ୍ତି ଜଣକ ପୋଲିସ ଟେବୁଲ ଉପରେ ଏକ ନୋଟ୍‌ ବିଡ଼ା ରଖି ଚାଲିଯାଇଥିଲେ। ୩ ପୋଲିସ କର୍ମଚାରୀ ଉକ୍ତ ଟଙ୍କାକୁ ଗଣି ପରସ୍ପର ମଧ୍ୟରେ ଭାଗବଣ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ଜଣେ ହେଡ୍‌ କନ୍‌ଷ୍ଟେବଲ। ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏକ୍ସ’ରେ ଲେଖିଛନ୍ତି।

 

The post ଲାଞ୍ଚ ଟଙ୍କା ଭାଗବଣ୍ଟାର ଭିଡିଓ ଭାଇରାଲ appeared first on Dharitri Odia News.