ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ
ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ, ବଡ଼ଟେମରା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଧାରା ଜଳପ୍ରପାତ, କୁଟୁରିଛାପାର ପଞ୍ଚାୟତର ସାଇଧାରା ଜଳପ୍ରପାତ ଏବଂ ତେଲନଦୀ ପଞ୍ଚାୟତର କର୍ପନ ଧାରା ଜଳପ୍ରପାତ। ଏଥିମଧ୍ୟରୁ ସାଇଧାରା ଏବଂ ଚନ୍ଦନଧାରାଠାରେ ଡିସେମ୍ବର ମାସଠାରୁ ମଇ ମାସ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ମନୋରଞ୍ଜନ […] The post ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ appeared first on Dharitri Odia News.
ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ, ବଡ଼ଟେମରା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଧାରା ଜଳପ୍ରପାତ, କୁଟୁରିଛାପାର ପଞ୍ଚାୟତର ସାଇଧାରା ଜଳପ୍ରପାତ ଏବଂ ତେଲନଦୀ ପଞ୍ଚାୟତର କର୍ପନ ଧାରା ଜଳପ୍ରପାତ। ଏଥିମଧ୍ୟରୁ ସାଇଧାରା ଏବଂ ଚନ୍ଦନଧାରାଠାରେ ଡିସେମ୍ବର ମାସଠାରୁ ମଇ ମାସ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ମନୋରଞ୍ଜନ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ନବରଙ୍ଗପୁର ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜନସାଧାରଣଙ୍କ ବହୁ ଦିନର ଦାବି ତଥା ଆଶା ପୂରଣ ହେବାକୁ ଯାଉଛି l ଏନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚିନାରାୟଣ ଦରୱାନ ସାଇଧରା ଏବଂ ଚନ୍ଦନଧାରା ପର୍ଯ୍ୟଟନସ୍ଥଳକୁ ଗସ୍ତ କରି ଫେରିଛନ୍ତି l ଏହି ସମୟରେ ଝରିଗାଁ ବିଡ଼ିଓ ରାମକୃଷ୍ଣ ନାୟକ, ଏ ଇ ବିନିତ କୁମାର ମିଶ୍ର ଉପସ୍ଥିତ ରହିଥିଲେ।
The post ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ appeared first on Dharitri Odia News.