ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ, ଏଆରଆଇ

ସୁବର୍ଣ୍ଣପୁର,୨୧।୬: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁର ଖଣ୍ଡହତାର ଆର୍‌ଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆର୍‌ଆଇ ପଞ୍ଚାନନ ଡାଙ୍ଗ। ଏକ ତଦନ୍ତ ରିପୋର୍ଟ ଦେବାପାଇଁ ଜଣେ ବ୍ୟକ୍ତିଙ୍କୁ ଆର୍‌ଆଇ ରାଜେନ୍ଦ୍ର, ଏଆର୍‌ଆଇ ପଞ୍ଚାନନ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ମୁତାବକ, ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଭିଜିଲାନ୍ସ ଅଧିକାରୀ ୫ ହଜାର ଟଙ୍କା ଜବତ କରିବା […] The post ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ, ଏଆରଆଇ appeared first on Dharitri Odia News.

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ, ଏଆରଆଇ

ସୁବର୍ଣ୍ଣପୁର,୨୧।୬: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁର ଖଣ୍ଡହତାର ଆର୍‌ଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆର୍‌ଆଇ ପଞ୍ଚାନନ ଡାଙ୍ଗ। ଏକ ତଦନ୍ତ ରିପୋର୍ଟ ଦେବାପାଇଁ ଜଣେ ବ୍ୟକ୍ତିଙ୍କୁ ଆର୍‌ଆଇ ରାଜେନ୍ଦ୍ର, ଏଆର୍‌ଆଇ ପଞ୍ଚାନନ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ମୁତାବକ, ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଭିଜିଲାନ୍ସ ଅଧିକାରୀ ୫ ହଜାର ଟଙ୍କା ଜବତ କରିବା ସହ ଦୁଇ ଅଧିକାରୀଙ୍କୁ ଧରି ପଚରାଉଚୁରା କରୁଛନ୍ତି। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

The post ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ, ଏଆରଆଇ appeared first on Dharitri Odia News.