ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା…

ବାରିପଦା,୩୧ା୮: ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରିପଦା ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଧରିଥିଲା। ବାରିପଦା ଭିଜିଲାନ୍ସ ଆଡିଶନାଲ ଏସ୍‌ପି ହରେକୃଷ୍ଣ ମାଝିଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ଏଏସ୍‌ଆଇଙ୍କୁ ତାଙ୍କର ବାରୁଣିରୋଡ୍‌ସ୍ଥିତ ଭଡ଼ାଘରୁ ଲାଞ୍ଚ ନେବୋ ବେଳେ ଧରିଥିବା ଜଣାପଡ଼ିଛି। ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କଠାରୁ ଏକ ମାମଲାରୁ ନାଁ କାଟିବା ଲାଗି ଏଏସ୍‌ଆଇ ଲାଞ୍ଚ ନେଉଥିଲେ। ସୂଚନାଯୋଗ୍ୟ, ଏକ […] The post ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା… appeared first on Dharitri Odia News.

ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା…

ବାରିପଦା,୩୧ା୮: ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରିପଦା ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଧରିଥିଲା। ବାରିପଦା ଭିଜିଲାନ୍ସ ଆଡିଶନାଲ ଏସ୍‌ପି ହରେକୃଷ୍ଣ ମାଝିଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ଏଏସ୍‌ଆଇଙ୍କୁ ତାଙ୍କର ବାରୁଣିରୋଡ୍‌ସ୍ଥିତ ଭଡ଼ାଘରୁ ଲାଞ୍ଚ ନେବୋ ବେଳେ ଧରିଥିବା ଜଣାପଡ଼ିଛି। ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କଠାରୁ ଏକ ମାମଲାରୁ ନାଁ କାଟିବା ଲାଗି ଏଏସ୍‌ଆଇ ଲାଞ୍ଚ ନେଉଥିଲେ।

ସୂଚନାଯୋଗ୍ୟ, ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ଅଭିଯୋଗକାରୀଙ୍କ ଦାଦା ଓ ଖୁଡ଼ୀ ସେମାନଙ୍କ ନାମରେ ବାରିପଦା ଟାଉନ ଥାନାରେ ଏକ ମିଥ୍ୟା ମାମଲା କରିଥିଲେ। ଦୀର୍ଘ ମାସ ପରେ ହଠାତ୍‌ ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ତାଙ୍କ ଘରକୁ ଆସି ପୁଅର ନାମ କାଟିବାକୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଭିଜିଲାନ୍ସ ବିଭାଗକୁ ଏନେଇ ଖବର ଦେଇ ଶନିବାର ଶୁଭ୍ରାଂଶୁ ଏଏସ୍‌ଆଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଟିମ୍‌ ଧରିଥିଲା।

The post ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା… appeared first on Dharitri Odia News.