ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଖୋର୍ଦ୍ଧା,୬।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ,ଏମ୍‌ପି ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଏକ ଗ୍ରାମରେ ନିର୍ମାଣ ହୋଇଥିବା କୋଠାଘର ବିଲ୍‌ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ୧୯ହଜାର ୨ ଶହ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ଏହି ରଙ୍ଗ […] The post ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ appeared first on Dharitri Odia News.

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଖୋର୍ଦ୍ଧା,୬।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।
ସୂଚନାଯୋଗ୍ୟ,ଏମ୍‌ପି ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଏକ ଗ୍ରାମରେ ନିର୍ମାଣ ହୋଇଥିବା କୋଠାଘର ବିଲ୍‌ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ୧୯ହଜାର ୨ ଶହ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଟିମ୍‌ ଏହି ରଙ୍ଗ ବୋଳା ନୋଟ ଜବତ କରିଛନ୍ତି। ଯନ୍ତ୍ରୀଙ୍କ ବ୍ଲକ ପରିସରସ୍ଥିତ ସରକାରି କାର୍ଯ୍ୟାଳୟଠାରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୨ଲକ୍ଷ ୧୬ହଜାର ୯ଶହ ନଗଦ ଟଙ୍କା ଜବତ ହୋଇଛି। କନିଷ୍ଠ ଯନ୍ତ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି l ଏହି ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି।
ଅନ୍ୟପକ୍ଷେ, ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍‌ ଯନ୍ତ୍ରୀଙ୍କ ଦେବଗଡ଼ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି।

The post ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ appeared first on Dharitri Odia News.