ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ
ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୂଶନପୁରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ସଫେଇ ଏବଂ ରାତ୍ର ଜଗୁଆଳି ଦାୟିତ୍ବ ଦେବା ନେଇ ୧୪ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରି ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ କାବୁ […] The post ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ appeared first on Dharitri Odia News.
ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୂଶନପୁରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ସଫେଇ ଏବଂ ରାତ୍ର ଜଗୁଆଳି ଦାୟିତ୍ବ ଦେବା ନେଇ ୧୪ହଜାର ଟଙ୍କା ଦାବି କରିଥିଲେ।
ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରି ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ରାସାୟନିକ ପ୍ରଳେପ ଦିଆହୋଇଥିବା ୧୪ହଜାର ଟଙ୍କା ଜବତ ହୋଇଛି।
ଏହାପରେ ବାଳମୁକୁନ୍ଦଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଘଟଣା ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ପ୍ରଧାନଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଛି। ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ ଭିଜିଲାନ୍ସ ଅଧିକ ପଚରାଉଚରା କରୁଛନ୍ତି।
The post ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ appeared first on Dharitri Odia News.