ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କୋଟଗଡ ଥାନା ଏଏସଆଇ
ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ l ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତକାରୀ ଅଧିକାରୀ ଥିଲେ। ମାମଲାର ରଫାଦଫା କରିବା ପାଇଁ […] The post ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କୋଟଗଡ ଥାନା ଏଏସଆଇ appeared first on Odisha.News.

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ମାମଲାର ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କୋଟଗଡ ଥାନା ଏଏସଆଇ ରଜନୀକାନ୍ତ ଦାସ l ସୂଚନା ଅନୁଯାୟୀ, ଜନୈକ ବ୍ୟକ୍ତି ଏବଂ ତାଙ୍କର କିଛି ସାଙ୍ଗମାନଙ୍କ ନାମରେ କୋଟଗଡ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଏହି ମାମଲାରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତକାରୀ ଅଧିକାରୀ ଥିଲେ। ମାମଲାର ରଫାଦଫା କରିବା ପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସଆଇ ରଜନୀ କୋଟଗଡ କାଳୀ ମନ୍ଦିର ନିକଟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୪/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ରଜନୀଙ୍କ ସମ୍ପତ୍ତି ଆକଳନ ପାଇଁ ଦୁଇ ଗୋଟି ସ୍ଥାନରେ ଚଢାଉ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭିଜିଲାନ୍ସ ବିଭାଗର ଏହି ଚଢାଉ ପରେ ଅନ୍ୟ ମାନଙ୍କ ମଧ୍ୟରେ ଛନକା ପଶିଯାଇଥିବା ପ୍ରକାଶ। ପ୍ରକାଶଯେ, ପ୍ରାୟ ଏକ ବର୍ଷ ତଳେ ଭିଜିଲାନ୍ସ ହାତରେ କୋଟଗଡ଼ ପୂର୍ବତନ ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଧିରଜ ଲେଙ୍କାଙ୍କ ଗାଡ଼ିରୁ ବ୍ୟାପକ ଟଙ୍କା ବାଲିଗୁଡ଼ାରେ ଧରାପଡ଼ି ସେ ମଧ୍ୟ ଗିରଫ ହୋଇଥିଲେ।
The post ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କୋଟଗଡ ଥାନା ଏଏସଆଇ appeared first on Odisha.News.