ଲାଭାର ଜବରଦସ୍ତ ସ୍ମାର୍ଟଫୋନ୍‌: ପ୍ରିିମିୟମ ଫୋନ ଭଳି କ୍ୟାମେରା, ଦାମ ମାତ୍ର ୬୯୯୯ରୁ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ଲେକ୍ଟ୍ରିକ୍ ସାମଗ୍ରୀ ନିର୍ମାତା କମ୍ପାନୀ ଲାଭା ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ ଲାଭା ୟୁବା -୪(Lava Yuva 4) ଲଞ୍ଚ କରିଛି। ଏହା ପୂର୍ବରୁ ଫେବ୍ରୁଆରୀରେ ଲାଭା ୟୁଭା-୩ ଲଞ୍ଚ ହୋଇଥିଲା। ଲାଭା ୟୁଭା ୪ରେ ୭ ହଜାର ଟଙ୍କାରେ ଲଞ୍ଚ ହୋଇଥିବା ବେଳେ ଏହା ଭାରତୀୟ ଗ୍ରାହକଙ୍କୁ ବେସ୍ ସୁହାଇବ। ଯେଉଁମାନେ ପ୍ରଥମ କରି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଭଲ ଏକ୍ସପିରିଏନ୍ସ ଦେବାକୁ ଲାଭା ଶସ୍ତାରେ ସ୍ମାର୍ଟଫୋନ୍ ଲଞ୍ଚ କରିଛି।   ମୂଲ୍ୟ ଓ ଫିଚରଲାଭା ୟୁଭା ୪ ମୋଡଲ୍‌ର ଦୁଇଟି ଭ୍ୟାରିଏଣ୍ଟ ରହିଛି। ବେସ୍ ଭ୍ୟାରିଏଣ୍ଟ ମୂଲ୍ୟ ୬.୯୯୯ ଟଙ୍କା ରଖାଯାଇଛି। ଏଥିରେ ୪ଜିବି ରାମ ଓ ୬୪ ଜିବି ଷ୍ଟୋରେଜ୍ ଦିଆଯାଇଛି। ସେହିପରି ୪ଜିବି+୧୨୮ ଜିବି ସ୍ମାର୍ଟଫୋନ୍‌ର ମୂଲ୍ୟ କମ୍ପାନୀ ଖୁଲାସା କରି ନାହିଁ। ତେବେ ସ୍ମାର୍ଟଫୋନ୍‌ଟି ଗ୍ଲସି ହ୍ୱାଇଟ୍, ଗ୍ଲସି ପରପଲ,ଏବଂ ଗ୍ଲସି ବ୍ଲାକ୍‌ କଲର ଉପଲବ୍ଧ ହେବ। ଚଳିତ ମାସରେ ଲାଭା ରିଟେଲ ଷ୍ଟୋର୍‌ ଏହି ମୋବାଇଲ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଫୋନ୍‌ରେ ଗୋଟିଏ ପର୍ଷର ୱାରେଣ୍ଟି ସହ ହୋମ ସର୍ଭିସ୍ ବି ମିଳିବ। ଅନ୍ୟାନ୍ୟ ଫିଚର୍ସଗୁଡ଼ିକୁ ଦେଖିଲେ ଲାଭା ୟୁଭା-୪ ରେ ୯୦ ହଟ୍ଜର ରିଫ୍ରେସ୍ ରେଟ୍ ସହ ୬.୫୬ ଇଞ୍ଚର ଏଚ୍‌ଡି ଡିସପ୍ଲେ ଦିଆଯାଇଛି। ୪ଜି ରାମ ସହିତ ୟୁନିସୋକ ଟି୬୦୬ ଚିପସେଟ ଦିଆଯାଇଛି। ଯାହା ଅଣ୍ଡ୍ରଏଡ ୧୪ରେ ଚାଲିବ। ମୋବାଇଲ୍‌ର ଇଣ୍ଟରଫେସ୍‌ ବି ଖିବ ସହଜ ହୋ

ଲାଭାର ଜବରଦସ୍ତ ସ୍ମାର୍ଟଫୋନ୍‌: ପ୍ରିିମିୟମ ଫୋନ ଭଳି କ୍ୟାମେରା, ଦାମ ମାତ୍ର ୬୯୯୯ରୁ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ଲେକ୍ଟ୍ରିକ୍ ସାମଗ୍ରୀ ନିର୍ମାତା କମ୍ପାନୀ ଲାଭା ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ ଲାଭା ୟୁବା -୪(Lava Yuva 4) ଲଞ୍ଚ କରିଛି। ଏହା ପୂର୍ବରୁ ଫେବ୍ରୁଆରୀରେ ଲାଭା ୟୁଭା-୩ ଲଞ୍ଚ ହୋଇଥିଲା। ଲାଭା ୟୁଭା ୪ରେ ୭ ହଜାର ଟଙ୍କାରେ ଲଞ୍ଚ ହୋଇଥିବା ବେଳେ ଏହା ଭାରତୀୟ ଗ୍ରାହକଙ୍କୁ ବେସ୍ ସୁହାଇବ। ଯେଉଁମାନେ ପ୍ରଥମ କରି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଭଲ ଏକ୍ସପିରିଏନ୍ସ ଦେବାକୁ ଲାଭା ଶସ୍ତାରେ ସ୍ମାର୍ଟଫୋନ୍ ଲଞ୍ଚ କରିଛି।   

ମୂଲ୍ୟ ଓ ଫିଚର

ଲାଭା ୟୁଭା ୪ ମୋଡଲ୍‌ର ଦୁଇଟି ଭ୍ୟାରିଏଣ୍ଟ ରହିଛି। ବେସ୍ ଭ୍ୟାରିଏଣ୍ଟ ମୂଲ୍ୟ ୬.୯୯୯ ଟଙ୍କା ରଖାଯାଇଛି। ଏଥିରେ ୪ଜିବି ରାମ ଓ ୬୪ ଜିବି ଷ୍ଟୋରେଜ୍ ଦିଆଯାଇଛି। ସେହିପରି ୪ଜିବି+୧୨୮ ଜିବି ସ୍ମାର୍ଟଫୋନ୍‌ର ମୂଲ୍ୟ କମ୍ପାନୀ ଖୁଲାସା କରି ନାହିଁ। ତେବେ ସ୍ମାର୍ଟଫୋନ୍‌ଟି ଗ୍ଲସି ହ୍ୱାଇଟ୍, ଗ୍ଲସି ପରପଲ,ଏବଂ ଗ୍ଲସି ବ୍ଲାକ୍‌ କଲର ଉପଲବ୍ଧ ହେବ। ଚଳିତ ମାସରେ ଲାଭା ରିଟେଲ ଷ୍ଟୋର୍‌ ଏହି ମୋବାଇଲ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଫୋନ୍‌ରେ ଗୋଟିଏ ପର୍ଷର ୱାରେଣ୍ଟି ସହ ହୋମ ସର୍ଭିସ୍ ବି ମିଳିବ। 

ଅନ୍ୟାନ୍ୟ ଫିଚର୍ସଗୁଡ଼ିକୁ ଦେଖିଲେ ଲାଭା ୟୁଭା-୪ ରେ ୯୦ ହଟ୍ଜର ରିଫ୍ରେସ୍ ରେଟ୍ ସହ ୬.୫୬ ଇଞ୍ଚର ଏଚ୍‌ଡି ଡିସପ୍ଲେ ଦିଆଯାଇଛି। ୪ଜି ରାମ ସହିତ ୟୁନିସୋକ ଟି୬୦୬ ଚିପସେଟ ଦିଆଯାଇଛି। ଯାହା ଅଣ୍ଡ୍ରଏଡ ୧୪ରେ ଚାଲିବ। ମୋବାଇଲ୍‌ର ଇଣ୍ଟରଫେସ୍‌ ବି ଖିବ ସହଜ ହୋଇଥିବାରୁ ନୂଆ ଗ୍ରାହକମାନେ ସ୍ମାର୍ଟଫୋନ ଚଳାଇବାରେ କୌଣସି ସମସ୍ୟା ହେବ ନାହିଁ।  

ବ୍ୟାଟେରୀ ଓ କ୍ୟାମେରା

୫୦ ମେଗାପିକ୍ସେଲ୍‌ର ରିୟର କ୍ୟାମେରା ଦିଆଯାଇଥିବା ବେଳେ ୮ ମେଗାପିକ୍ସେଲ୍‌ରେ ସେଲ୍‌ଫୀ କ୍ୟାମେରା ରହିଛି। ୫ ହଜାର ଏମଏଏଚ୍ ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି। ୧୦ ୱାଟର କେବଲ ଚାର୍ଜର ସପୋର୍ଟ କରୁଥିବା ବେଳେ ଫିଙ୍ଗର ପ୍ରିଣ୍ଟ  ଓ ଅନ୍ୟାନ୍ୟ ସିକ୍ୟୁରିଟି ଅପସନ ଫୋନ୍‌ରେ ଦିଆ ଯାଇଛି।