ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍‌

ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଲଗାତର ୧୧ଥର ପାଇଁ ପତାକା ଉଲ୍ଲୋଳନ କରିଛନ୍ତି। ଏଥର ୧୧ ବର୍ଗରୁ ୧୮ ହଜାର ଅତିଥି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ବିଶେଷ କଥା ହେଉଛି ଏହି ୬ ହଜାର ସ୍ବତନ୍ତ୍ର ଅତିଥିଙ୍କ ମଧ୍ୟରୁ ମହିଳା, କୃଷକ, ଯୁବକ ଏବଂ ଗରିବ ଶ୍ରେଣୀର ଲୋକ ଅଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […] The post ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍‌ appeared first on Dharitri Odia News.

ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍‌

ନୂଆଦିଲ୍ଲୀ,୧୫।୮: ଆଜି ସାରା ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଲଗାତର ୧୧ଥର ପାଇଁ ପତାକା ଉଲ୍ଲୋଳନ କରିଛନ୍ତି। ଏଥର ୧୧ ବର୍ଗରୁ ୧୮ ହଜାର ଅତିଥି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ବିଶେଷ କଥା ହେଉଛି ଏହି ୬ ହଜାର ସ୍ବତନ୍ତ୍ର ଅତିଥିଙ୍କ ମଧ୍ୟରୁ ମହିଳା, କୃଷକ, ଯୁବକ ଏବଂ ଗରିବ ଶ୍ରେଣୀର ଲୋକ ଅଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ବିକାଶର ବାର୍ତ୍ତା ଦେଉଛନ୍ତି ଏବଂ ସେ ୨୦୪୭ ସୁଦ୍ଧା ଦେଶର ବିକାଶ ପାଇଁ ଜନସାଧାରଣଙ୍କ ନିକଟରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି।
ମୋଦି କହିଛନ୍ତି, ଆଜିକାଲି ବିଶ୍ୱରେ ବଡ଼ ପରିବର୍ତ୍ତନ ହେଉଛି। ବର୍ତ୍ତମାନ କୌଶଳର ଗୁରୁତ୍ୱ ବୃଦ୍ଧି ପାଇଛି, ତେଣୁ ଆମେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଉଛୁ। ଆମେ ଦେଶର ଯୁବକମାନଙ୍କୁ କୁଶଳୀ କରିବାକୁ ଚାହୁଁଛୁ। ଦେଶର ଯୁବକମାନେ ବିଶ୍ୱ ଚାକିରି ବଜାରରେ ନିଜର ଚିହ୍ନ ସୃଷ୍ଟି କରିବା ଉଚିତ୍‌। ଆମେ ସେହି ସ୍ବପ୍ନ ସହିତ ଆଗକୁ ବଢୁଛୁ। ଆଜି ବିଶ୍ୱ ଏତେ ଦ୍ରୁତ ଗତିରେ ବଢୁଛି ଯେ ଆମେ ବିଜ୍ଞାନ ପ୍ରତି ଧ୍ୟାନ ଦେବା ଉଚିତ୍‌। ଆମେ ଗବେଷଣା ଉପରେ ଧ୍ୟାନ ଦେଉଛୁ। ଅନୁସନ୍ଧାନ ପାଇଁ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ନୂତନ ଉଦ୍ଭାବନକୁ ନେଇଥାଏ। ଆଜି ଦେଶର ଯୁବକମାନେ ଡାକ୍ତରୀ ଅଧ୍ୟୟନ ପାଇଁ ଯାଉଛନ୍ତି। ସେଥିପାଇଁ ଆମେ ଗତ ଦଶ ବର୍ଷ ମଧ୍ୟରେ ମେଡିକାଲ ସିଟ ସଂଖ୍ୟାକୁ ଏକ ଲକ୍ଷକୁ ବୃଦ୍ଧି କରିଛୁ। ପ୍ରାୟ ୨୫ ହଜାର ଯୁବକ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯାଉଛନ୍ତି। ତେଣୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମେଡିକାଲରେ ୭୫ ହଜାର ନୂତନ ସିଟ ସୃଷ୍ଟି ହେବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

The post ଲାଲକିଲ୍ଲାରୁ ବଡ଼ ଘୋଷଣା କଲେ ମୋଦି: ୫ ବର୍ଷରେ ବଢିବ ୭୫ ହଜାର ମେଡିକାଲ ସିଟ୍‌ appeared first on Dharitri Odia News.