ଲାଲକିଲ୍ଲାରେ ଅଙ୍ଗନାୱାଡି ଦିଦି: ଭଲ କାମ କରି ହେଲେ ପୁରସ୍କୃତ

ଦାରିଙ୍ଗବାଡି,୧୫।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହି ଅଙ୍ଗନାୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କା ଏବେ ଦିଲ୍ଲୀରେ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଦିଲ୍ଲୀ ଡାକରା ପରେ ସୋମବାର ଦିଲ୍ଲୀ ଯାଇଛନ୍ତ। ବୁଧବାର ସନ୍ଧ୍ୟାରେ ଦିଲ୍ଲୀଠାରେ ଥିବା ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଅଙ୍ଗନାୱାଡି କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଭାଗୀୟ […] The post ଲାଲକିଲ୍ଲାରେ ଅଙ୍ଗନାୱାଡି ଦିଦି: ଭଲ କାମ କରି ହେଲେ ପୁରସ୍କୃତ appeared first on Dharitri Odia News.

ଲାଲକିଲ୍ଲାରେ ଅଙ୍ଗନାୱାଡି ଦିଦି: ଭଲ କାମ କରି ହେଲେ ପୁରସ୍କୃତ

ଦାରିଙ୍ଗବାଡି,୧୫।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହି ଅଙ୍ଗନାୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କା ଏବେ ଦିଲ୍ଲୀରେ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଦିଲ୍ଲୀ ଡାକରା ପରେ ସୋମବାର ଦିଲ୍ଲୀ ଯାଇଛନ୍ତ। ବୁଧବାର ସନ୍ଧ୍ୟାରେ ଦିଲ୍ଲୀଠାରେ ଥିବା ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଅଙ୍ଗନାୱାଡି କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଭାଗୀୟ ରାଜ୍ୟ ମନ୍ତ୍ରୀ ସାବିତ୍ରୀ ଠାକୁର ତାଙ୍କୁ ପ୍ରଦାନ କରିଛନ୍ତି । ଏଥିସହ ସଭାରେ ଉପସ୍ଥିତ ଲୋକଙ୍କ ସମ୍ମୁଖରେ ଲିଲି ପୁଷ୍ପିକାଙ୍କୁ ପ୍ରଶଂସା କରାଯାଇଛି।
ପ୍ରକାଶଯେ ଅଙ୍ଗନାୱାଡି କର୍ମୀ ଲିଲି ପୁଷ୍ପିକା ଏକ୍କା ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ କେନ୍ଦ୍ରରେ ସଫଳତାର ସହ କାର୍ଯ୍ୟକାରୀ କରିବା ସହ ଶିଶୁଙ୍କ ଯତ୍ନକୁ ସଠିକ ଦିଗରେ ନିଅନ୍ତି । ସେହିପରି କେନ୍ଦ୍ରକୁ ସଫା ରଖିବା ସହ ପନିପରିବା ଚାଷ କରି ଛାତ୍ରୀଛାତ୍ରଙ୍କୁ ରନ୍ଧା ଖାଦ୍ୟରେ ଦିଅନ୍ତି। ସେହିପରି କେନ୍ଦ୍ର ପରିସରରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଇ ଚର୍ଚ୍ଚାକୁ ଆସିଥିଲେ।

The post ଲାଲକିଲ୍ଲାରେ ଅଙ୍ଗନାୱାଡି ଦିଦି: ଭଲ କାମ କରି ହେଲେ ପୁରସ୍କୃତ appeared first on Dharitri Odia News.