ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୪।୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଛି। ଗତ ୧ ତାରିଖରେ ବେଙ୍ଗାଲୁରୁ ହ୍ବାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା କାଫେରେ ଆଇଇଡି ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ। ଏହା ଆତଙ୍କବାଦୀ କାର୍ଯ୍ୟ ସନ୍ଦେହ କରାଯାଉଥିବାରୁ ଏନ୍‌ଆଇଏକୁ ତଦନ୍ତ ଭାର ଦିଆଯାଇଛି। ବେଙ୍ଗାଲୁରୁ ପୋଲିସ ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଏବଂ ବିସ୍ଫୋରଣ ସାମଗ୍ରୀ ଆଇନରେ ମାମଲା ରୁଜୁ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ […] The post ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ appeared first on Dharitri Odia News.

ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୪।୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଛି। ଗତ ୧ ତାରିଖରେ ବେଙ୍ଗାଲୁରୁ ହ୍ବାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା କାଫେରେ ଆଇଇଡି ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ।

ଏହା ଆତଙ୍କବାଦୀ କାର୍ଯ୍ୟ ସନ୍ଦେହ କରାଯାଉଥିବାରୁ ଏନ୍‌ଆଇଏକୁ ତଦନ୍ତ ଭାର ଦିଆଯାଇଛି। ବେଙ୍ଗାଲୁରୁ ପୋଲିସ ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ ଏବଂ ବିସ୍ଫୋରଣ ସାମଗ୍ରୀ ଆଇନରେ ମାମଲା ରୁଜୁ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ ଅନୁଧ୍ୟାନରୁ କାଫେ ଭିତରେ ଏକ ବ୍ୟାଗ୍‌ରେ ବୋମା ରଖିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

The post ରାମେଶ୍ୱରମ୍‌ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍‌ଆଇଏ appeared first on Dharitri Odia News.