ଲାଲ୍‌-ନୀଳ-ହଳଦିଆ ଟାବଲେଟ୍‌ ନାମରେ ମେଡିକାଲ ଷ୍ଟୋର୍‌ରେ ବିକ୍ରି ହେଉଛି ଡ୍ରଗ୍ସ

ଡେରାଡୁନ୍‌,୨୧।୨: ମେଡିକାଲ ଷ୍ଟୋରରେ ଲାଲ୍‌, ନୀଳ ଏବଂ ହଳଦିଆ ଟାବଲେଟ୍‌ ନାମରେ ନିଶା ଔଷଧ ବିକ୍ରି ହେଉଛି। ଏଥିମଧ୍ୟରେ ନାର୍କୋଟିକ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ, କିଛି ମେଡିକାଲ ଷ୍ଟୋର ଏହି ଟାବଲେଟ୍‌ ପାଇଁ ପ୍ରେସକ୍ରିପଶନ ମଧ୍ୟ ମାଗୁନାହାନ୍ତି। ଏହି କାରଣରୁ ସହରରେ ଡ୍ରଗ୍ସ ସେବନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଫାର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ସହରର ମେଡିକାଲ ଷ୍ଟୋରରେ ଫାର୍ମାସିଷ୍ଟଙ୍କ ଅଭାବ ଦେଖାଦେଇଥିବାବେଳେ ବାୟୋମେଟ୍ରିକ ମେସିନ ଲଗାଇବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଭଳି […] The post ଲାଲ୍‌-ନୀଳ-ହଳଦିଆ ଟାବଲେଟ୍‌ ନାମରେ ମେଡିକାଲ ଷ୍ଟୋର୍‌ରେ ବିକ୍ରି ହେଉଛି ଡ୍ରଗ୍ସ appeared first on Dharitri Odia News.

ଲାଲ୍‌-ନୀଳ-ହଳଦିଆ ଟାବଲେଟ୍‌ ନାମରେ ମେଡିକାଲ ଷ୍ଟୋର୍‌ରେ ବିକ୍ରି ହେଉଛି ଡ୍ରଗ୍ସ

ଡେରାଡୁନ୍‌,୨୧।୨: ମେଡିକାଲ ଷ୍ଟୋରରେ ଲାଲ୍‌, ନୀଳ ଏବଂ ହଳଦିଆ ଟାବଲେଟ୍‌ ନାମରେ ନିଶା ଔଷଧ ବିକ୍ରି ହେଉଛି। ଏଥିମଧ୍ୟରେ ନାର୍କୋଟିକ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ, କିଛି ମେଡିକାଲ ଷ୍ଟୋର ଏହି ଟାବଲେଟ୍‌ ପାଇଁ ପ୍ରେସକ୍ରିପଶନ ମଧ୍ୟ ମାଗୁନାହାନ୍ତି। ଏହି କାରଣରୁ ସହରରେ ଡ୍ରଗ୍ସ ସେବନ ବୃଦ୍ଧି ପାଇବାରେ ଲାଗିଛି।
ତେବେ ଫାର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ସହରର ମେଡିକାଲ ଷ୍ଟୋରରେ ଫାର୍ମାସିଷ୍ଟଙ୍କ ଅଭାବ ଦେଖାଦେଇଥିବାବେଳେ ବାୟୋମେଟ୍ରିକ ମେସିନ ଲଗାଇବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଭଳି ପରିସ୍ଥିତିରେ ମେଡିକାଲ ଷ୍ଟୋରରେ ଏପରି ଡ୍ରଗ୍ସ ବିକ୍ରି ହେବା ବୃଦ୍ଧି ପାଇବାରେ ଲାଗିଛି।

ବେଆଇନ ଔଷଧ ବିକ୍ରି କରିବା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମେଡିକାଲ ଷ୍ଟୋରରେ ବାୟୋମେଟ୍ରିକ ମେଶିନ ନ ଲଗାଇବା ସହ ଗୁଗୁଲ ଫର୍ମ ମାଧ୍ୟମରେ ଡାଟା ଅପଲୋଡ ହେଉନାହିଁ। ମେଡିକାଲ ଷ୍ଟୋରରେ ଫାର୍ମାସିଷ୍ଟ ରହିବା ନେଇ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥାଏ। କିନ୍ତୁ ଏବେ ଫାର୍ମାସିଷ୍ଟଙ୍କ ବଦଳରେ ଘରୋଇ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏଭଳି ପରିସ୍ଥିତିରେ ମେଡିକାଲ ଷ୍ଟୋରମାନଙ୍କରେ ଡ୍ରଗ୍ସ ବିକ୍ରି ଜାରି ରହିଛି।

The post ଲାଲ୍‌-ନୀଳ-ହଳଦିଆ ଟାବଲେଟ୍‌ ନାମରେ ମେଡିକାଲ ଷ୍ଟୋର୍‌ରେ ବିକ୍ରି ହେଉଛି ଡ୍ରଗ୍ସ appeared first on Dharitri Odia News.