‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ ଡ୍ରାମା ଫିଲ୍ମ ହେବ। ଏଥିରେ ସନ୍ନି ଦେଓଲଙ୍କ ସହ ପ୍ରୀତି ଜିଣ୍ଟାଙ୍କ ଜବରଦସ୍ତ ଯୋଡ଼ି ଦେଖିବାକୁ ମିଳିବ। ଦୀର୍ଘଦିନ ପରେ ପ୍ରୀତି ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆମୀର ଖାନ୍‌ ଏବଂ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ’ଲାହୋର ୧୯୪୭’ ରିଲିଜକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ […] The post ‘ଲାହୋର ୧୯୪୭’ରେ ସନ୍ନି ଦେଓଲ appeared first on Dharitri Odia News.

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ ଡ୍ରାମା ଫିଲ୍ମ ହେବ। ଏଥିରେ ସନ୍ନି ଦେଓଲଙ୍କ ସହ ପ୍ରୀତି ଜିଣ୍ଟାଙ୍କ ଜବରଦସ୍ତ ଯୋଡ଼ି ଦେଖିବାକୁ ମିଳିବ। ଦୀର୍ଘଦିନ ପରେ ପ୍ରୀତି ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆମୀର ଖାନ୍‌ ଏବଂ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ’ଲାହୋର ୧୯୪୭’ ରିଲିଜକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୫ ଗଣତନ୍ତ୍ର ଦିବସ ଅବସରରେ ଆମୀର ଖାନ୍‌, ରାଜକୁମାର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କ ଫିଲ୍ମ ’ଲାହୋର ୧୯୪୭’ ରିଲିଜ ହେବ। ଚଳିତ ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ଚଳିତ ବର୍ଷ ଜୁନ ସୁଦ୍ଧା ଫିଲ୍ମର ଶୁଟିଂ ଶେଷ ହେବେ। ଚଳଚ୍ଚିତ୍ରରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଏବଂ ଆମୀର ଖାନ୍‌ଙ୍କୁ ଏକ କେମିଓ ଭୂମିକାରେ ଦେଖିବାକୁ ମିଳିବ। ପ୍ରୀତିଙ୍କ ବ୍ୟତୀତ ଶବାନା ଆଜ୍‌ମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଅଭିମନ୍ୟୁ ସିଂ ଫିଲ୍ମରେ ଭିଲେନ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅଲି ଫଜଲଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ଚଳଚ୍ଚିତ୍ରକୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଉଥିବାବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ଆମୀର ଖାନ୍‌। ଫିଲ୍ମରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

The post ‘ଲାହୋର ୧୯୪୭’ରେ ସନ୍ନି ଦେଓଲ appeared first on Dharitri Odia News.