ଲିଙ୍ଗରାଜ ମନ୍ଦିରରେ ଅସମ୍ଭାଳ ଭିଡ: ଠେଲାପେଲା ଯୋଗୁଁ ୨ ମହିଳା ଭକ୍ତ ଆହତ
ଭୁବନେଶ୍ବର : ମହାଶିବରାତ୍ରୀ ଉପଲକ୍ଷେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଠେଲାପେଲା ଓ ଦଳାଚକଟା ସ୍ଥିତି ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କ ଆଶୁ ଚିକିତ୍ସା କରାଯାଇଛି । ସେପଟେ ଭିଡ଼ ନିୟନ୍ତ୍ରଣ […]

ଭୁବନେଶ୍ବର : ମହାଶିବରାତ୍ରୀ ଉପଲକ୍ଷେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଠେଲାପେଲା ଓ ଦଳାଚକଟା ସ୍ଥିତି ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଏଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କ ଆଶୁ ଚିକିତ୍ସା କରାଯାଇଛି । ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି ।
ଖାଲି ମନ୍ଦିରର ମୁଖ୍ୟ ଦ୍ବାର ନୁହେଁ ମନ୍ଦିର ଦକ୍ଷିଣ ଘର ନିକଟରେ ଠେଲାପେଲା ହୋଇଥିବା ସହ ଭକ୍ତମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଛି। ସାଧାରଣ ଭକ୍ତ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ରହିଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଠେଲାପେଲାରେ କିଛି ଶିଶୁ ବି ଫସିଥିବା ସୂଚନା ମିଳିଛି। ମନ୍ଦିରରେ ଭିଆଇପି ପାସ୍ ନାମରେ ବାହାର ଲୋକଙ୍କୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଗୋଟିଏ ହୋଇଯାଇଥିବା ଦେଖାଯାଇଛି। ଅବ୍ୟବସ୍ଥା ଯୋଗୁ ବରିଷ୍ଠ ନାଗରିକମାନେ ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ପ୍ରଭୁଙ୍କ ଦର୍ଶନ ଲାଗି ଲିଙ୍ଗରାଜ ପୀଠରେ ପରିଲକ୍ଷିତ ହୋଇଛି ଗହଳି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରିବା ପରେ ହୋଇଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ସେବାୟତ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।