ଲିଙ୍ଗରାଜଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ପତ୍ନୀଙ୍କ ସହ ନେଲେ ଦେବଦେବଙ୍କ ଆଶିଷ
ଭୁବନେଶ୍ୱର ୨୫/୦୩ : ପ୍ରାର୍ଥୀ ଘୋଷଣା ପରେ ଆଜି ଲିଙ୍ଗରାଜ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ଧର୍ମ ମଧ୍ୟ ଲିଙ୍ଗରାଜ ମନ୍ଦିର ଯାଇ ଦେବଦେବଙ୍କ ଆଶିର୍ବାଦ ନେଇଛନ୍ତି । ଲିଙ୍ଗରାଜ ମନ୍ଦିର ପରେ ସେ ମା ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି । ସୂଚନା ଥାଉକି, ସକାଳେ ଧର୍ମପତ୍ନୀ ମୁର୍ଦଳା ଠାକୁରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦର ପ୍ରଧାନ ଲିଙ୍ଗରାଜହ୍କ ଦର୍ଶନ କରିଥିଲେ । ଅନେକ ସମୟ ଧରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପୂର୍ବରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ସିଂହଦ୍ୱାର ନିକଟରେ ଦୁଇ ନେତା ପହଞ୍ଚିିବା ପରେ ସେବାୟତ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ସେ ଗୁଣ୍ଡୁଚିମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବେ । ଏଥର ଡବଲ ଇଞ୍ଜିନ୍ ସରକାର ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁଣି ଥରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ ଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ଜିଲ୍ଲ
ଭୁବନେଶ୍ୱର ୨୫/୦୩ : ପ୍ରାର୍ଥୀ ଘୋଷଣା ପରେ ଆଜି ଲିଙ୍ଗରାଜ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ଧର୍ମ ମଧ୍ୟ ଲିଙ୍ଗରାଜ ମନ୍ଦିର ଯାଇ ଦେବଦେବଙ୍କ ଆଶିର୍ବାଦ ନେଇଛନ୍ତି । ଲିଙ୍ଗରାଜ ମନ୍ଦିର ପରେ ସେ ମା ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି ।
ସୂଚନା ଥାଉକି, ସକାଳେ ଧର୍ମପତ୍ନୀ ମୁର୍ଦଳା ଠାକୁରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦର ପ୍ରଧାନ ଲିଙ୍ଗରାଜହ୍କ ଦର୍ଶନ କରିଥିଲେ । ଅନେକ ସମୟ ଧରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପୂର୍ବରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।
ସିଂହଦ୍ୱାର ନିକଟରେ ଦୁଇ ନେତା ପହଞ୍ଚିିବା ପରେ ସେବାୟତ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ସେ ଗୁଣ୍ଡୁଚିମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବେ । ଏଥର ଡବଲ ଇଞ୍ଜିନ୍ ସରକାର ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ପୁଣି ଥରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ ଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବିଜେପି ନେତା ସୁରଥ ବିଶ୍ୱାଳ, ବିଜେପି ନେତ୍ରୀ ଉପାସନା ମହାପାତ୍ର ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି ।
you can also read...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ସମ୍ବଲପୁରବାସୀ ମୋତେ ଆର୍ଶୀବାଦ କରିବେ...