ଲିଭ-ଇନ ପାର୍ଟନରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କଲା ପ୍ରେମିକା
ଭୁବନେଶ୍ୱର : ଲିଭ-ଇନ ପାର୍ଟନରଙ୍କୁ ଅପହରଣ ଅଭିଯୋଗ ରେ ପ୍ରେମିକା ଗିରଫ । ପ୍ରେମିକକୁ ଅପହରଣ କରି ଭଉଣୀଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା ପ୍ରେମିକା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଝାରପଡା ଅଞ୍ଚଳରେ । ଅଭିଯୁକ୍ତ ପ୍ରେମିକା ହେଉଛି ପ୍ରାପ୍ତି ଶର୍ମା । ତାଙ୍କ ଘର ଝାରଖଣ୍ଡ ଏବଂ ତାଙ୍କ ପ୍ରେମିକ ହେଉଛନ୍ତି ସୋମନାଥ ସ୍ୱାଇଁ,ଘର ଝାରପଡା । […]

ଭୁବନେଶ୍ୱର : ଲିଭ-ଇନ ପାର୍ଟନରଙ୍କୁ ଅପହରଣ ଅଭିଯୋଗ ରେ ପ୍ରେମିକା ଗିରଫ । ପ୍ରେମିକକୁ ଅପହରଣ କରି ଭଉଣୀଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା ପ୍ରେମିକା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଝାରପଡା ଅଞ୍ଚଳରେ । ଅଭିଯୁକ୍ତ ପ୍ରେମିକା ହେଉଛି ପ୍ରାପ୍ତି ଶର୍ମା । ତାଙ୍କ ଘର ଝାରଖଣ୍ଡ ଏବଂ ତାଙ୍କ ପ୍ରେମିକ ହେଉଛନ୍ତି ସୋମନାଥ ସ୍ୱାଇଁ,ଘର ଝାରପଡା ।
ଘଟଣାନୁସାରେ,ପ୍ରାପ୍ତି ଏବଂ ସୋମନାଥ ଭୁବନେଶ୍ୱର ଖାରବେଳ ନଗରରେ ଏକ ଘର ଭଡ଼ା ନେଇ ଲିଭ୍ ଇନରେ ରହୁ ଥିଲେ । ଏହି ସମୟରେ ପ୍ରାପ୍ତିଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଘଟଣାରେ ପ୍ରାପ୍ତି ଏବଂ ତା’ର କିଛି ସହଯୋଗୀ ମିଶି ସୋମନାଥକୁ ଖାରବେଳ ନଗରରୁ ଅପହରଣ କରି ନେଇ ତାଙ୍କ ଘର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ମାର୍ଚ୍ଚ ୩୧ ତାରିଖରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ସୋମନାଥଙ୍କ ଭଉଣୀ । ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୩ ଟିମ୍ ଗଠନ କରିଥିଲା । ସ୍ପେଶିଆଲ ସ୍କ୍ୱାଡ, ଖାରବେଳ ନଗର ଓ ଜଟଣୀ ପୋଲିସ ଟିମ ଗଠନ କରଯାଇଥିଲା।
କଲ୍ ଆସିଥିବା ନମ୍ୱରକୁ ଟ୍ରାକ କରିବା ପରେ ସୋମନାଥ ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ଆଜି ସକାଳୁ ସମ୍ ମେଡ଼ିକାଲ ନିକଟରେ ଏକ ହୋଟେଲରୁ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ସୋମନାଥଙ୍କୁ ଉଦ୍ଧାର କରାଯାଇଥିଲା । ସୋମନାଥକୁ ଉଦ୍ଧାର ପରେ ପ୍ରେମିକା ପ୍ରାପ୍ତି ଶର୍ମା ଏବଂ ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରିଥିବା ଜଣାପଡିଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର୍ ।