ଲିଭଇନରେ ରହୁଥିଲେ, ଯୁବତୀଙ୍କ ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର…
ଭୁବନେଶ୍ବର: ଘର ଭିତରୁ ଯୁବତୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର। ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର। ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କଲା ଖଣ୍ଡଗିରି ପୁଲିସ। ବିଏନଏସର ଦଫା ୧୦୩ ରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରୁ ମିଳିଥିଲା ଯୁବତୀଙ୍କ […]

ଭୁବନେଶ୍ବର: ଘର ଭିତରୁ ଯୁବତୀଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର। ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର। ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କଲା ଖଣ୍ଡଗିରି ପୁଲିସ। ବିଏନଏସର ଦଫା ୧୦୩ ରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରୁ ମିଳିଥିଲା ଯୁବତୀଙ୍କ ମୃତଦେହ। ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭଇନ ରିଲେସନସିପରେ ରହୁଥିଲେ। ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେମାନେ ଏକାଠି ଆପାର୍ଟମେଣ୍ଟରେ ରହି ଆସୁଥିଲେ।