ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ…

ଲିଭର ବା ଯକୃତ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକେ ବେଳେବେଳେ ଏହାକୁ ଅଣଦେଖା କରିଥାନ୍ତି। ଲିଭର ସୁସ୍ଥ ରହିଲେ ମଣିଷ ସୁସ୍ଥ ରହେ। ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯଦି ଧ୍ୟାନ ଦିଆ ନ ଯାଏ, ତେବେ ଏହା ଏକ ଗମ୍ଭୀର ରୋଗରେ ପରିଣତ ହୋଇପାରେ, ଯେପରିକି ଲିଭରରେ ଫ୍ୟାଟ୍‌, ଲିଭର୍‌ ଡ୍ୟାମେଜ୍‌ ଏବଂ ପରେ ଲିଭର୍‌ କ୍ୟାନସର ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଡାଇବେଟିସ୍‌କୁ ଠିକ୍‌ ଭାବରେ […] The post ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ… appeared first on Dharitri Odia News.

ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ…

ଲିଭର ବା ଯକୃତ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲୋକେ ବେଳେବେଳେ ଏହାକୁ ଅଣଦେଖା କରିଥାନ୍ତି। ଲିଭର ସୁସ୍ଥ ରହିଲେ ମଣିଷ ସୁସ୍ଥ ରହେ। ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଯଦି ଧ୍ୟାନ ଦିଆ ନ ଯାଏ, ତେବେ ଏହା ଏକ ଗମ୍ଭୀର ରୋଗରେ ପରିଣତ ହୋଇପାରେ, ଯେପରିକି ଲିଭରରେ ଫ୍ୟାଟ୍‌, ଲିଭର୍‌ ଡ୍ୟାମେଜ୍‌ ଏବଂ ପରେ ଲିଭର୍‌ କ୍ୟାନସର ହୋଇଥାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଡାଇବେଟିସ୍‌କୁ ଠିକ୍‌ ଭାବରେ ନିୟନ୍ତ୍ରଣ କରାଯାଏ ନାହିଁ, ତେବେ ଏହାର ସିଧାସଳଖ ପ୍ରଭାବ ଲିଭର୍‌ ଉପରେ ପଡ଼ିଥାଏ। ଏହି କାରଣରୁ ପ୍ରାୟ ୭୦ ପ୍ରତିଶତ ଡାଇବେଟିସ୍‌ ରୋଗୀଙ୍କ ଶରୀରରେ ଫ୍ୟାଟି ଲିଭର୍‌ ସମସ୍ୟା ଦେଖାଯାଏ। ଏଥିରେ ବ୍ୟକ୍ତି ମଦ୍ୟପାନ ନ କଲେ ମଧ୍ୟ ଲିଭରରେ ଫ୍ୟାଟ୍‌ ବା ଚର୍ବି ଜମା ହୁଏ।

ଡାକ୍ତରଙ୍କ ଅନୁଯାୟୀ, ଡାଇବେଟିସ୍‌ରେ ଶରୀର ଇନସୁଲିନ୍‌କୁ ଠିକ୍‌ ଭାବରେ ବ୍ୟବହାର କରିପାରେ ନାହିଁ। ଏହାକୁ ଇନସୁଲିନ ପ୍ରତିରୋଧ କୁହାଯାଏ। ଏହା ଲିଭରରେ ଅଧିକ ସୁଗାର ଉତ୍ପାଦନ କରେ ଏବଂ ଚର୍ବି ମଧ୍ୟ ଜମା ହେବାରେ ଲାଗେ। ଲିଭରରେ ଚର୍ବି ଏବଂ ପ୍ରଦାହ ବୃଦ୍ଧି ପାଇଲେ, ଔଷଧର ପ୍ରଭାବ ମଧ୍ୟ ହ୍ରାସ ପାଏ ଏବଂ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ।

ରୋଗ ବଢ଼ିବା ସମୟରେ ଲିଭର ସମସ୍ୟା ପ୍ରାୟତଃ ଚିହ୍ନଟ ହୁଏ। ତେଣୁ ଡାଇବେଟିସ୍‌ ରୋଗୀମାନେ ନିୟମିତ ପରୀକ୍ଷା କରାଇବା ଉଚିତ୍‌। ଆବଶ୍ୟକ ହେଲେଫାଇବ୍ରୋସ୍କାନ କିମ୍ବା ଏମ୍‌ଆର୍‌ଆଇ ମଧ୍ୟ କରାଇପାରିବେ, ବିଶେଷକରି ଯଦି ଓଜନ ଅଧିକ ଥାଏ କିମ୍ବା ଲିଭର ପରୀକ୍ଷାରେ ସମସ୍ୟା ଥାଏ।

ଲିଭର ସୁସ୍ଥ ରଖିବା ପାଇଁ…
ଓଜନ ନିୟନ୍ତ୍ରଣରେ ରଖନ୍ତୁ
ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ
ଅତ୍ୟଧିକ ତେଲ ଏବଂ ମିଠା ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।
ପ୍ରତିଦିନ ବ୍ୟାୟାମ କରନ୍ତୁ
ମଦ୍ୟପାନ ପରିହାର କରନ୍ତୁ
କୋଲେଷ୍ଟରଲ ଏବଂ ଟ୍ରାଇଗ୍ଲିସ୍‌ରାଇଡ୍ସ ଯାଞ୍ଚ କରନ୍ତୁ
ଡାକ୍ତରଙ୍କ ପରାମର୍ଶ ବିନା ହର୍ବାଲ ଔଷଧ କିମ୍ବା ସପ୍ଲିମେଣ୍ଟ ନିଅନ୍ତୁ ନାହିଁ।

ଲିଭର କେବଳ ଖାଦ୍ୟ ହଜମ କରେ ନାହିଁ, ଏହା ବ୍ଲଡ୍‌ ସୁଗାର ଏବଂ ହରମୋନକୁ ମଧ୍ୟ ନିୟନ୍ତ୍ରଣ କରେ। ତେଣୁ ଡାଇବେଟିସ୍‌ ରୋଗୀମାନେ ଲିଭର ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।

The post ଲିଭର ସୁସ୍ଥ ରଖିବାକୁ ହେଲେ ଏହି ରୋଗ ଉପରେ ରଖନ୍ତୁ ନଜର, ନଚେତ ହୋଇପାରେ… appeared first on Dharitri Odia News.