'ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ ଭାରତୀୟ ସଂସ୍କୃତି ପାଇଁ କଳଙ୍କ'

ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମ ହୋଇଥିବା ଶିଶୁର ହେପାଜତ ମାମଲାରେ ଶୁଣାଣି କରି ହାଇକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି।

'ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ ଭାରତୀୟ ସଂସ୍କୃତି ପାଇଁ କଳଙ୍କ'

ଆଜିକାଲି ଅଧିକାଂଶ ଯୁବପୀଢ଼ି ବିବାହା ପୂର୍ବରୁ ଲିଭ-ଇନ୍‌ ରିଲେସନଶିପ୍‌ରେ ରିବାକୁ ପସନ୍ଦ କରନ୍ତି। ଅଧିକାଂଶ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଛନ୍ତି ମଧ୍ୟ। ଏହା ଆଜିକାଲି ଏକ ଫ୍ୟାଶନ୍‌ରେ ପାଲଟି ଗଲାଣି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ ଲିଭ-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି। ତେବେ ଏହି ଲିଭ-ଇନ୍‌ ରିଲେସନଶିପ୍‌କୁ ନେଇ ଛତିଶଗଡ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହାକୁ ଭାରତୀୟ ସଂସ୍କୃତି ପାଇଁ କଳଙ୍କ ବୋଲି କହିଛନ୍ତି।

ଜଷ୍ଟିସ୍‌ ଗୌତମ ଭାଦୁଡି ଓ ଜଷ୍ଟିସ ସଞ୍ଜୟ ଏସ୍‌ ଅଗ୍ରଓ୍ୱାଲଙ୍କ ଦୁଇ ଜଣିଆ ଖଣ୍ଡପୀଠ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମ ହୋଇଥିବା ଶିଶୁର ହେପାଜତ ମାମଲାରେ ଶୁଣାଣି କରି କଡ଼ା ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ଶିଶୁଟିର ରକ୍ଷଣାବେକ୍ଷଣ ସଂପର୍କରେ ତା' ବାପା ଛତିଶଗଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ମାମଲାର ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

କଡା ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି ଯେ ସମାଜର କେତେକ ସ୍ଥାନରେ ଗ୍ରହଣ କରାଯାଇଥିବା ଲିଭ୍‌-ଇନ୍ ସମ୍ପର୍କ ଏବେ ମଧ୍ୟ ଭାରତୀୟ ସଂସ୍କୃତିରେ ଏକ କଳଙ୍କିତ ହୋଇ ରହିଛି। କାରଣ ଲିଭ୍‌-ଇନ୍ ସମ୍ପର୍କ ଏକ ଆୟାତିତ ଧାରଣା, ଯାହା ଭାରତୀୟ ରୀତିନୀତିର ପୂରାପୁରି ବିପରିତ।

କୋର୍ଟ ଆହୁରି କହିଛନ୍ତି, ଜଣେ ବିବାହିତ ଲୋକଙ୍କ ପାଇଁ ଲିଭ୍‌-ଇନ୍‌ ରିଲେସନଶିପ୍‌ରୁ ବାହାରକୁ ଆସିବା ସହଜ। ତେବେ ଲିଭ୍‌-ଇନ୍‌ ସମ୍ପର୍କରୁ ଜନ୍ମିତ ପିଲାମାନଙ୍କ ଦୁଃଖକୁ କୋର୍ଟ ଅଣଦେଖା ପାରିବେ ନାହିଁ। ଏହି ଲିଭ-ଇନ୍‌ ସମ୍ପର୍କ ଭାରତୀୟ ମାନ୍ୟତା ବିରୋଧୀ ଅଟେ ବୋଲି କୋର୍ଟ କହିଛନ୍ତି।