ଲୁଟ କରିବାରେ ବିଫଳ ହେବା ପରେ ଘର ମାଲିକକୁ ଅକାରଣରେ ଚିରଦିନ ଶୁଆଇ ଦେଲେ
ଘର ଭଡ଼ା ନେବା ବାହାନାରେ ଆସିଲେ ଆଉ ମାଲିକକୁ ମାରି ଦେଲେ । ଉତ୍ତରାଖଣ୍ଡ ଡେରାଡୁନ୍ ସହରରେ ଘଟିଛି ଏଭଳି ଏକ ଅପରାଧିକ ଘଟଣା । ତେବେ ପୋଲିସ୍ ତତ୍ପରତା ଯୋଗୁଁ ଅଭିଯୁକ୍ତ ଧରାପଡ଼ି ଯାଇଛନ୍ତି । ଓଏନଜିସିର ରିଟାୟାର୍ଡ଼ ଇଞ୍ଜିନିୟର ଅଶୋକ କୁମାର ଗର୍ଗ । ଦିନରେ ଯୁବକ ଦୁଇ ଜଣ ଆସିଲେ ଘରଭଡ଼ା ପାଇଁ ଘର ଦେଖିବା ବାହାନାରେ । ଭଲ ଭାବେ କଥାବାର୍ତ୍ତା କରି ଚାଲିଗଲେ । ଆଉ ରାତିରେ ଆସିଲେ ଆଡଭାନ୍ସ […] The post ଲୁଟ କରିବାରେ ବିଫଳ ହେବା ପରେ ଘର ମାଲିକକୁ ଅକାରଣରେ ଚିରଦିନ ଶୁଆଇ ଦେଲେ appeared first on KNews Odisha.

ଘର ଭଡ଼ା ନେବା ବାହାନାରେ ଆସିଲେ ଆଉ ମାଲିକକୁ ମାରି ଦେଲେ । ଉତ୍ତରାଖଣ୍ଡ ଡେରାଡୁନ୍ ସହରରେ ଘଟିଛି ଏଭଳି ଏକ ଅପରାଧିକ ଘଟଣା । ତେବେ ପୋଲିସ୍ ତତ୍ପରତା ଯୋଗୁଁ ଅଭିଯୁକ୍ତ ଧରାପଡ଼ି ଯାଇଛନ୍ତି । ଓଏନଜିସିର ରିଟାୟାର୍ଡ଼ ଇଞ୍ଜିନିୟର ଅଶୋକ କୁମାର ଗର୍ଗ । ଦିନରେ ଯୁବକ ଦୁଇ ଜଣ ଆସିଲେ ଘରଭଡ଼ା ପାଇଁ ଘର ଦେଖିବା ବାହାନାରେ । ଭଲ ଭାବେ କଥାବାର୍ତ୍ତା କରି ଚାଲିଗଲେ । ଆଉ ରାତିରେ ଆସିଲେ ଆଡଭାନ୍ସ ଦେବା ପାଇଁ । ତେବେ ସେହି ସମୟରେ ଘଟାଇଲେ ଭୟଙ୍କର ହତ୍ୟାକାଣ୍ଡ । ଏକ ପେପର କଟରରେ ଏହି ବରିଷ୍ଠ ନାଗରିକଙ୍କ ଗଳାକାଟି ହତ୍ୟା କରିଥିଲେ ଦୁଇ ଦୁର୍ବୃତ୍ତ ।
ଗତ ମଙ୍ଗଳବାର ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଡେରାଡୁନ୍ ସହର ସ୍ଥିତ ବସନ୍ତ ବିହାର ଥାନା ଅଧୀନ ଅଳକାନନ୍ଦା ଏନକ୍ଲେଭରେ ରହୁଥିଲେ ଅବସର ପ୍ରାପ୍ତ ଇଂଜିନିୟର ଅଶୋକ କୁମାର ଗର୍ଗ । ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟା ବେଳକୁ ପୋଲିସକୁ ସୂଚନା ମିଳିଲା ସେଠାରେ ହତ୍ୟାକାଣ୍ଡ ଘଟିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ । ତାପରେ ଚାଲିଲା ତନାଘନା । ଆଉ ଗତ ଗୁରୁବାର ଦିନ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ୍ । ସେମାନଙ୍କୁ ଜେରା କରିବା ପରେ ଜଣାପଡ଼ିଲା ହତ୍ୟାର କାରଣ ।
ଦୁଇ ଅଭିଯୁକ୍ତ ହେଉଛନ୍ତି ନବୀନ କୁମାର ଓ ଅନନ୍ତ ଜୈନ । ନବୀନ ଘରେ ଉଈ ମାରିବା କାମ କରୁଥିବା ବେଳେ ଅନନ୍ତ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲା । ନବୀନର ପତ୍ନୀ ୭ ମାସର ଗର୍ଭବତୀ ଥିଲେ । ସେ ଇନ୍ଦିରା ନଗରରେ ଏକ ଘରର ପ୍ରଥମ ମହଲାରେ ରହୁଥିଲେ । ତେଣୁ ପତ୍ନୀକୁ ଯିବା ଆସିବାରେ କଷ୍ଟ ହେଉଥିବାରୁ ଗୋଟିଏ ତଳ ଘର ଖୋଜୁଥିଲେ । ଘର ଖୋଜିବା ପାଇଁ ଅନନ୍ତକୁ କହିଥିଲା ନବୀନ । ନବୀନ ୧୫ ଦିନ ପୂର୍ବରୁ ଅଶୋକ ରହୁଥିବା ଅଳକାନନ୍ଦା ଏନକ୍ଲେଭରେ ରହୁଥିଲା । ସେଠାରୁ ଘର ଛାଡ଼ି ଦେଇଥିଲା । ତେଣୁ ସେ ହିଁ ନବୀନକୁ କହିଥିଲା ସେଠାକୁ ଘର ଦେଖିବା ଲାଗି ଯିବା ପାଇଁ । ଏପଟେ କିଛି ଦିନ ହେଲା ସେମାନେ ଆର୍ଥିକ ଅଭାବ ଭିତରେ ଘାଣ୍ଟି ହେଉଥିଲେ । ତେଣୁ ପ୍ଲାନ୍ କଲେ ଜଣେ ବୟସ୍କ ଲୋକଙ୍କୁ ଲୁଟିବେ । ଏହି ଯୋଜନାରେ ସେମାନେ ଅଶୋକଙ୍କ ଘରକୁ ଯାଇ ପ୍ରଥମେ ଘର ଭଡ଼ା ନେବା ଆଳରେ ଘର ଭିତରକୁ ଭଲ ଭାବେ ଦେଖି ନେଲେ । ଆସିଲା ବେଳେ ସେମାନେ ଅଶୋକଙ୍କ ଘର ଠାରୁ ପ୍ରାୟ ୪୦୦ ମିଟର ଦୂରରେ ନିଜ ଇ-ସ୍କୁଟରକୁ ରଖି ଦେଇଥିଲେ । ଘର ଦେଖିବା ପରେ ଆଡଭାନ୍ସ ଦେବାକୁ କହି ସେହି ଦିନ ରାତିରେ ପୁଣି ଆସିଥିଲେ । ଅଶୋକ ସେମାନଙ୍କୁ ଭଡ଼ାଟିଆ ଭାବେ ନେବା ପୂର୍ବରୁ ସର୍ତ୍ତ ରଖିଥିଲେ କି ବିବାହିତ ହେବା ଦରକାର ।
ତେଣୁ ନବୀନ ଭିଡିଓ କଲ୍ କରି ନିଜ ପତ୍ନୀକୁ ଘର ଦେଖାଇବା ସହ ତାର ସ୍ତ୍ରୀ ଅଛି ବୋଲି ଅଶୋକଙ୍କୁ ଜଣାଇ ଦେଇଥିଲା । ଘରେ ସେତେବେଳ ଏକା ଥିବା ଅଶୋକ ମଧ୍ୟ ସେମାନଙ୍କୁ ଚର୍ଚ୍ଚା କରି ଚା ପିଆଇଥିଲେ । ଚା ପିଇ ସାରିବା ପରେ ସେମାନେ ଘରର ପଛ ପଟକୁ ଯାଇଥିଲେ । ସେତେବେଳ ଦୁଇ ଅଭିଯୁକ୍ତ ସେମାନଙ୍କ ଅସଲ ରୂପ ଦେଖାଇ ଥିଲେ । ପ୍ରଥମେ ଅଶୋକଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ । ଅଶୋକ ଯେତେବେଳେ ତାଙ୍କ ପାଖରେ କିଛି ଟଙ୍କା ନାହିଁ ବେଲି କହିଲେ ସେତେବେଳ ତାଙ୍କ ପର୍ସ ନେଇ ତା ଭିତରୁ ଏଟିମ କାଢ଼ିଥିଲେ ଦୁଇ ଦୁର୍ବୃତ୍ତ। ଆଉ ଅଶୋକଙ୍କୁ ପିନ୍ ମାଗିଥିଲେ । ଅଶୋକ ପିନ୍ ନଦେବାରୁ ତାଙ୍କୁ ପେପର କଟରରେ ଆକ୍ରମଣ କରି କରିଥିଲେ । ତାଙ୍କ ଛାତିକୁ ଭୁସି ଦେଇଥିଲେ । ଆଶୋକ ଯନ୍ତ୍ରଣାରେ ଖୁବ୍ ଜୋରରେ ଚିତ୍କାର କରିବାରୁ ପାଖ ପଡ଼ୋଶୀ ଦୋଡ଼ି ଆସିଲେ । ଫଳରେ ଦୁହେଁ ଘରର ପଛପଟ ଦେଇ ଫେରାର ହୋଇ ଯାଇଥିଲେ । ଅଶୋକ ଗର୍ଗ ଅନେକ ସମୟରେ ତାଙ୍କ ଚ୍ନେନାଇ ଓ ଗୁଡ଼ଗାଓରେ ରହୁଥିବା ଝିଅଙ୍କ ପାଖରେ ରହୁଥିଲେ । ଡେରାଡୁନକୁ କମ୍ ଆସୁଥିଲେ । ତେଣୁ ପାଖ ପଡ଼ୋଶୀଙ୍କ ସହ ତାଙ୍କର ଏତେ ସମ୍ପର୍କ ନଥିଲା । ପାଞ୍ଚ ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା ।
ଏହା ଭିତରେ ଅଧିକ ରକ୍ତଶ୍ରାବ ଯୋଗୁଁ ଅଶୋକଙ୍କର ମୃତ୍ୟୁ ହୋଇଥିଲା । ଏପଟେ ନବୀନ ଓ ଅନନ୍ତ କିଛି ବାଟ ଚାଲିକି ଯିବା ପରେ ଏକ ଇ-ରିକ୍ସାରେ ଯାଇଥିଲେ । ପାଖରେ ପଇସା ନଥିବାରୁ ଇ-ରିକ୍ସାବାଲାକୁ ମାତ୍ର ୫ ଟଙ୍କା ଧରାଇ ପଳାଇ ଯାଇଥିଲେ । ଇନ୍ଦିରା ନଗରରେ ନବୀନର ଭଡ଼ା ଘରକୁ ଯାଇ ସେଠାରେ ବିଶ୍ରାମ ନେଇଥିଲେ । ନବୀନର ସ୍ତ୍ରୀ ବାପ ଘରକୁ ଯାଇଥିବାରୁ ଦୁହେଁ କିଛି ଦିନ ହେଲା ଏକାଠି ରହୁଥିଲେ । ସେଠାରେ ପହଞ୍ଚି ସେମାନେ ବେଶ୍ କିଛି ସମୟ ଶୋଇ ପଡ଼ିଥିଲେ । ପରେ ଘଟଣା ବେଳେ ପିନ୍ଧିଥିବା ଡ୍ରେସ ଓ ହତ୍ୟା କରିଥିବା ପେପର କଟରକୁ ବାହାରେ ଫିଙ୍ଗି ଦେଇଥିଲେ ।
ଏହି ଘଟଣାରେ ପୋଲିସ୍ ପ୍ରଥମେ ସିସିଟିଭି ଯାଞ୍ଚ କରି ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ସହରର ପ୍ରାୟ ୫୦୦ ଇ-ରିକ୍ସା ଚାଳକ ଏବଂ ଶହେରୁ ଅଧିକ ଟିଭିଏସ୍ ସ୍କୁଟରର ଛାନବିନ୍ କରି ଶେଷରେ ଗୁରୁବାର ସକାଳେ ନବୀନ ଓ ଅନନ୍ତଙ୍କୁ ଧରିଥିଲା । ତେବେ ଏହି ଦୁଇ ଅପରାଧୀ ଜଣେ ବରିଷ୍ଠ ନାଗରିକଙ୍କୁ ସିନା ଜୀବନରୁ ମାରି ଦେଲେ ହେଲେ ଲୁଟ୍ କରିବାରେ ବିଫଳ ହେଲେ । ପୋଲିସ୍ ସେମାନଙ୍କ ଠାରୁ ମୃତ ଅଶୋକଙ୍କ ପର୍ସ ଏବଂ ମାତ୍ର ୧୫୦୦ ଟଙ୍କା ଜବତ କରିଥିଲା । ସେମାନଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।
The post ଲୁଟ କରିବାରେ ବିଫଳ ହେବା ପରେ ଘର ମାଲିକକୁ ଅକାରଣରେ ଚିରଦିନ ଶୁଆଇ ଦେଲେ appeared first on KNews Odisha.