ଲୁଟ୍ କରିବାକୁ ଆସିଥିଲେ, ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଦେଲେ ଦୁର୍ବୃତ୍ତ

ବଣାଇ ୧୨।୧୨ : ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲା ଥାନା ଝିର୍ଡାପାଲି ଗାଁରେ ଅଭାବନୀୟ ଘଟଣା । ଲୁଟ୍‌ କରିବା ଆସି ଜଣେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା କରିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ କରିବାକୁ ଝାର୍ଡପାଲୀ ସ୍ଥିତ ଏକ ଘରେ  ପଶିଥିଲେ   । ଏହି ସମୟରେ ଘରେ ଜଣେ ଗର୍ଭବତୀ ମହିଳା ଥିଲେ । ତେବେ ଲୁଟ୍ ସମୟରେ ମହିଳା ଜଣଙ୍କ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ମହିଳା ଜଣଙ୍କ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ । ସେପଟେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପଡୋଶୀ ଲୋକ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଟିକାୟତପାଲୀ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । 

ଲୁଟ୍ କରିବାକୁ ଆସିଥିଲେ, ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଦେଲେ ଦୁର୍ବୃତ୍ତ

ବଣାଇ ୧୨।୧୨ : ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲା ଥାନା ଝିର୍ଡାପାଲି ଗାଁରେ ଅଭାବନୀୟ ଘଟଣା । ଲୁଟ୍‌ କରିବା ଆସି ଜଣେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା କରିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ କରିବାକୁ ଝାର୍ଡପାଲୀ ସ୍ଥିତ ଏକ ଘରେ  ପଶିଥିଲେ   । ଏହି ସମୟରେ ଘରେ ଜଣେ ଗର୍ଭବତୀ ମହିଳା ଥିଲେ । ତେବେ ଲୁଟ୍ ସମୟରେ ମହିଳା ଜଣଙ୍କ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଦୁର୍ବୃତ୍ତମାନେ ଗର୍ଭବତୀ ମହିଳାଙ୍କୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ମହିଳା ଜଣଙ୍କ ତଳେ ପଡି ଯାଇ ଚିତ୍କାର କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ । 

ସେପଟେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପଡୋଶୀ ଲୋକ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଟିକାୟତପାଲୀ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।