ଲୁଟ୍‌ର ଶିକାର ସୁନା ବ୍ୟବସାୟୀ, ମୁହଁରେ ସ୍ପ୍ରେ କରି ଲୁଟିନେଲେ ସୁନାଗହଣା

ବାଲେଶ୍ବର ୪/୧୦: ମାତିଛନ୍ତି ଲୁଟେରା । ଘରେ ପଶିଲେ, ମୁହଁରେ ସ୍ପ୍ରେ କଲେ । ପରିବାର ଲୋକ ଚେତାଶୂନ୍ୟ ହେବା ପରେ ଘରେ ଯାହା ସୁନା,ହୀରା ଗହଣା ଥିଲା ଲୁଟିନେଲେ । ବାଲେଶ୍ବରରେ ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଶିବୁ ପୋଦ୍ଦରଙ୍କ ଘରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଶିବୁଙ୍କ ହ୍ବାଇଟ ହାଉସ ସ୍ଥିତ ଘରେ ଲୁଟେରାମାନେ ପଶିଥିଲେ । ମୁହଁରେ ସ୍ପ୍ରେ କରି ସମସ୍ତଙ୍କୁ ଚେତାଶୂନ୍ୟ କରିବା ପରେ ସୁନା ଓ ହୀରା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଶିବୁଙ୍କ ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ କରୁଛି ପୋଲିସ ।  