ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ
ମହାକାଳପଡ଼ା,୨୧ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କିଛି ନୂଆ କରିବାର ଇଚ୍ଛା ଥିଲେ ଆପେ ଆପେ ବାଟ ଦେଖାଯାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଲୁଣା ଅଞ୍ଚଳ ଟାଙ୍ଗରା ଭୂଇଁରେ ଦେଶୀ ଓ ବିଦେଶୀ ଫଳ ଫଳାଇ ଓ ଭିନ୍ନ ଭିନ୍ନ କିସମର ପ୍ୟାଶନ ଫ୍ରୁଟ୍ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ପରିବେଶବିତ୍ ସମରେନ୍ଦ୍ର ମାହାଳି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଛପାଲୀ ଗ୍ରାମର ସମରେନ୍ଦ୍ରଙ୍କ ନିଜ ବାଡ଼ି ଲୁଣାଟାଙ୍ଗରା ମାଟିରେ […] The post ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ appeared first on Dharitri Odia News.
ମହାକାଳପଡ଼ା,୨୧ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କିଛି ନୂଆ କରିବାର ଇଚ୍ଛା ଥିଲେ ଆପେ ଆପେ ବାଟ ଦେଖାଯାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଲୁଣା ଅଞ୍ଚଳ ଟାଙ୍ଗରା ଭୂଇଁରେ ଦେଶୀ ଓ ବିଦେଶୀ ଫଳ ଫଳାଇ ଓ ଭିନ୍ନ ଭିନ୍ନ କିସମର ପ୍ୟାଶନ ଫ୍ରୁଟ୍ ଚାଷ କରି ଚର୍ଚ୍ଚାରେ ରହିଛନ୍ତି ପରିବେଶବିତ୍ ସମରେନ୍ଦ୍ର ମାହାଳି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଛପାଲୀ ଗ୍ରାମର ସମରେନ୍ଦ୍ରଙ୍କ ନିଜ ବାଡ଼ି ଲୁଣାଟାଙ୍ଗରା ମାଟିରେ ବିଦେଶୀ ଫଳ, ଫୁଲ ସମ୍ଭାର ଦେଖିବାକୁ ମିଳିଛି। ଏପରି କି ବାଡ଼ିରେ ଜୈବିକ ପଦ୍ଧତିରେ ଗୋବର ପିଡ଼ିଆ ଖତ ଓ କୀଟନାଶକ ଔଷଧ ରୂପେ କାକର ଜଳ, ଗୋ ମୂତ୍ର ସଂଗୃହୀତ ମିଶ୍ରଣକୁ ଏକ ମାଟି ଘୁମରେ ସଂରକ୍ଷିତ ରଖାଯାଇଥାଏ। ଚାରାରୋପଣ ସମୟରେ ଗଛମୂଳେ ପ୍ରୟୋଗ କରାଯାଇଥାଏ।
ଫଳରେ କମ୍ ଦିନ ମଧ୍ୟରେ ଗଛଗୁଡ଼ିକ ହୃଷ୍ଟପୁଷ୍ଟ ହେବା ସହ ଫୁଲ, ଫଳ ଆସିଥାଏ। ବଡ଼ ବଡ଼ ମେଟ୍ରୋସିଟି ମଲ୍ଗୁଡ଼ିକରେ ମିଳୁଥିବା ଫଳଠାରୁ ଏହାର ଗୁଣବତ୍ତା ଓ ଆକାରରେ ବଡ଼ ହେବା ସହ ସ୍ବାଦିଷ୍ଟ ଲାଗିଥାଏ। ତେବେ ବାଡ଼ିରେ ୩ ପ୍ରଜାତିର ପ୍ୟାଶନ୍ ଫ୍ରୁଟ୍ ଚାଷ କରାଯାଇଛି। ହଳଦୀ, ଲାଲ୍ ଓ କଳା ରଙ୍ଗର ଏହି ବିଦେଶୀ ଫଳ ଚାଷ ହୋଇଛି। ବିଶେଷକରି ଖରାଦିନେ ଏହି ଫଳ ରସରେ ପ୍ରଚୁର ପରିମାଣରେ ଜୀବସାର ଥିବାରୁ ମଧୁମେହ, ରକ୍ତଚାପ, ହୃଦ୍ ରୋଗୀମାନେ ଏହାକୁ ବହୁଳ ପରିମାଣରେ ପାନୀୟ ରୂପେ ବ୍ୟବହାର କଲେ ଉପଶମ ମିଳିଥାଏ ବୋଲି ପରିବେଶବିତ୍ ମାହାଳି କହିଛନ୍ତି। ଲାଲ ରଙ୍ଗର ପ୍ୟାଶନ୍ ଫ୍ରୁଟ୍ ଆପଲ ଫେଭର୍ ହୋଇଥିବା ବେଳେ ହଳଦୀ ରଙ୍ଗର ଫ୍ରୁଟ୍ ସପୁରି ବାସ୍ନା ହୋଇଥିବା ବେଳେ କଳା ରଙ୍ଗର ଫ୍ରୁଟ୍ ଲେମନ ଫେଭର୍ ହୋଇଥାଏ ବୋଲି ସେ କହିଛନ୍ତି। ତେବେ ଏହି ଲୁଣା ଟାଙ୍ଗରା ଭୂଇଁରେ ଫଳିଛି ଡ୍ରାଗନ୍, ଗୁଜୁରାତି, ମୂଲାବେରି, କିଙ୍ଗ୍ ଅଫ୍ ଚକାପାଦ, ଗ୍ରୋନାଇ କିଙ୍ଗ୍, କାଠି ବନ, ବାଡ଼ି ଇଲେଭେନ, ଥାଇ ଆପଲ ବେରି ଭଳି ପ୍ରଜାତିର ଫଳ। ଦେଶୀ ବିଦେଶୀ ଆମ୍ବ ଗଛ ଲଗାଯାଇଥିବା ବେଳେ ଅଲ୍ ସ୍ପାଇସ ମସଲା ଜାତୀୟ ଗଛ ଦେଖିବାକୁ ମିଳୁଛି। ବିଭିନ୍ନ ଫଳ ଫୁଲଗୁଡ଼ିକ ମଞ୍ଜିକୁ ଅନ୍ଲାଇନ୍ ଯୋଗେ ପାର୍ଶଲରେ ମଗାଇ ମାହାଳି ନିଜ ଲୁଣାଟାଙ୍ଗରା ଭୂଇଁରେ ଚାଷ କରିଥିବା ଦେଖିବାକୁ ମିଳୁଛି।
The post ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ appeared first on Dharitri Odia News.