ଲେବାନନରେ ଇସ୍ରାଏଲର ଘନଘନ ଆକ୍ରମଣ; ୨ ହଜାରରୁ ଅଧିକ ମୃତ, ବହୁ ଟପ୍ କମାଣ୍ଡର ନିପାତ
ନୂଆଦିଲ୍ଲୀ: ଲେବାନନ୍ରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଜୋରଦାର ହମଲା । ଗ୍ରାଉଣ୍ଡ ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ହିଜବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିରେ ଆତଙ୍କୀ ସଂଗଠନର ବହୁ କମାଣ୍ଡର ରହିଛନ୍ତି । ହିଜ୍ବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ ମଧ୍ୟ ଇସ୍ରାଏଲ ସେନା ଟାର୍ଗେଟ କରିଛି । ଗୁରୁବାର ବିଳମ୍ବିତ ରାତି ଏୟାରଷ୍ଟ୍ରାଇକରେ ଲେବାନନ୍ରୁ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏକ ୩.୫ କି.ମି ସୁଡ଼ଙ୍ଗକୁ ଧ୍ୱଂସ କରିଛନ୍ତି । ଏହି ସୁଡ଼ଙ୍ଗ ଜରିଆରେ ଇରାନର ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀଙ୍କ ପାଖରେ ପହଞ୍ଚୁଥିଲା । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ହିଜ୍ବୁଲ୍ଲାର ବହୁ ଅଟ୍ଟାଳିକା ଏବଂ ଅସ୍ତ୍ର ଡିପୋ ଧ୍ୱଂସ ହୋଇଛି । ଆଇଡିଏଫର ଆକ୍ରମଣରେ ହିଜ୍ବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାହର ଭାଇ ହାଶିମ ସୈଫିଦ୍ଦିନ୍ର ମୃତ୍ୟୁ ଘଟଛି । ମାଟି ତଳେ ବନିଥିବା ଏକ ବଙ୍କରକୁ ଟାର୍ଗେଟ କରି ଇସ୍ରାଏଲ ୧୧ଟି ମିସାଇଲ ମାଡ଼ କରିଥିଲା । ସେହି ସମୟରେ ସେଠାରେ ହିଜ୍ବୁଲ୍ଲାର ଶୀର୍ଷ ନେତାମାନେ ବୈଠକ କରୁଥିଲେ । ସେଠାରେ ସୈଫିଦ୍ଦିନ ଉପସ୍ଥିତ ଥିଲା ବୋଲି କୁହାଯାଉଛି । ଏହାଛଡ଼ା ହିଜ୍ବୁଲ୍ଲାର ଯୋଗାଯୋଗ ନେଟୱାର୍କ କମାଣ୍ଡର ମହମ୍ମର ରସିଦ୍ ସ୍କାଫି ମଧ୍ୟ ନିପାତ ହୋଇଥିବା ଦାବି କରିଛି ଇସ୍ରାଏଲ । ସେ ୨୦୦୦ ମସିହାରୁ ସେଠାରେ ଏହି ଦାୟିତ୍ୱରେ ଥିଲା । ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଅବାସ୍ ଆରାକ
ନୂଆଦିଲ୍ଲୀ: ଲେବାନନ୍ରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଜୋରଦାର ହମଲା । ଗ୍ରାଉଣ୍ଡ ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ହିଜବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିରେ ଆତଙ୍କୀ ସଂଗଠନର ବହୁ କମାଣ୍ଡର ରହିଛନ୍ତି । ହିଜ୍ବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ ମଧ୍ୟ ଇସ୍ରାଏଲ ସେନା ଟାର୍ଗେଟ କରିଛି । ଗୁରୁବାର ବିଳମ୍ବିତ ରାତି ଏୟାରଷ୍ଟ୍ରାଇକରେ ଲେବାନନ୍ରୁ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏକ ୩.୫ କି.ମି ସୁଡ଼ଙ୍ଗକୁ ଧ୍ୱଂସ କରିଛନ୍ତି । ଏହି ସୁଡ଼ଙ୍ଗ ଜରିଆରେ ଇରାନର ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀଙ୍କ ପାଖରେ ପହଞ୍ଚୁଥିଲା । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ହିଜ୍ବୁଲ୍ଲାର ବହୁ ଅଟ୍ଟାଳିକା ଏବଂ ଅସ୍ତ୍ର ଡିପୋ ଧ୍ୱଂସ ହୋଇଛି ।
ଆଇଡିଏଫର ଆକ୍ରମଣରେ ହିଜ୍ବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାହର ଭାଇ ହାଶିମ ସୈଫିଦ୍ଦିନ୍ର ମୃତ୍ୟୁ ଘଟଛି । ମାଟି ତଳେ ବନିଥିବା ଏକ ବଙ୍କରକୁ ଟାର୍ଗେଟ କରି ଇସ୍ରାଏଲ ୧୧ଟି ମିସାଇଲ ମାଡ଼ କରିଥିଲା । ସେହି ସମୟରେ ସେଠାରେ ହିଜ୍ବୁଲ୍ଲାର ଶୀର୍ଷ ନେତାମାନେ ବୈଠକ କରୁଥିଲେ । ସେଠାରେ ସୈଫିଦ୍ଦିନ ଉପସ୍ଥିତ ଥିଲା ବୋଲି କୁହାଯାଉଛି । ଏହାଛଡ଼ା ହିଜ୍ବୁଲ୍ଲାର ଯୋଗାଯୋଗ ନେଟୱାର୍କ କମାଣ୍ଡର ମହମ୍ମର ରସିଦ୍ ସ୍କାଫି ମଧ୍ୟ ନିପାତ ହୋଇଥିବା ଦାବି କରିଛି ଇସ୍ରାଏଲ । ସେ ୨୦୦୦ ମସିହାରୁ ସେଠାରେ ଏହି ଦାୟିତ୍ୱରେ ଥିଲା । ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଅବାସ୍ ଆରାକ୍ଚି ଶୁକ୍ରବାର ଲେବାନନ ରାଜଧାନୀ ବିରୁଟରେ ପହଞ୍ଚିଛନ୍ତି । ଏଠାରେ ଥିବା ଶିଆ ମୁସ୍ଲିମ୍ ଏବଂ ହିଜ୍ବୁଲ୍ଲା ସହ ଇରାନ ସର୍ବଦା ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଇରାନ ସେନାର ଡେପୁଟି କମାଣ୍ଡର ଅଲି ଫଦାଭି କହିଛନ୍ତି । ଏହାର ଜବାବରେ ଇସ୍ରାଏଲର ଏନର୍ଜୀ ଏବଂ ଗ୍ୟାସ୍ ପ୍ରତିଷ୍ଠାନ ଉପରେ ହମ୍ଲା କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ହିଜ୍ବୁଲ୍ଲା ଉପରେ ୨୩୦ ମିସାଇଲ ଛାଡ଼ିଛି । ଆକ୍ରମଣରେ ଲେବାନନ୍ରେ ୨୮ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) କହିଛି । ଲେବାନନ୍ ସମେତ ଇସ୍ରାଏଲ ଗାଜା ଏବଂ ୱେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଜାରି ରଖିଛି । ୱେଷ୍ଟବ୍ୟାଙ୍କର ତୁଲକର୍ମ ସହରରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥିରେ ୧୨୭ଜଣ ଛୋଟ ପିଲା ରହିଥିବା ବେଳେ ୨୬୧ଜଣ ମହିଳା ରହିଛନ୍ତି ।
ଅନ୍ୟପଟେ ଗାଜାରେ ଇସ୍ରାଏଲ ଆକ୍ରମଣରେ ଦିନକରେ ୯୯ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୧୬୯ଜଣ ଆହତ ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୧,୭୮୮ ଜଣଙ୍କ ମୃତ୍ୟୁ ଘଟିଲାଣି ।