ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ
ଗୋପାଳପୁର,୧୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭିଣୋଇ ଲୁହା ରଡ୍ରେ ଆକ୍ରମଣ କରି ଶଳାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ମାଣିକପୁର ଗ୍ରାମ ବି. ନାର୍ସିଙ୍ଗୁଲୁ। ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମ ନାର୍ସିଙ୍ଗୁଲୁ ତାଙ୍କ ଗୋଳନ୍ଥରା ଚଟି ଗ୍ରାମ ନିବାସୀ ଭିଣୋଇ ଡ଼ି ଚେଲପତିଙ୍କୁ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ l କିଛି ମାସ […] The post ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ appeared first on Dharitri Odia News.
ଗୋପାଳପୁର,୧୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭିଣୋଇ ଲୁହା ରଡ୍ରେ ଆକ୍ରମଣ କରି ଶଳାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ମାଣିକପୁର ଗ୍ରାମ ବି. ନାର୍ସିଙ୍ଗୁଲୁ।
ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମ ନାର୍ସିଙ୍ଗୁଲୁ ତାଙ୍କ ଗୋଳନ୍ଥରା ଚଟି ଗ୍ରାମ ନିବାସୀ ଭିଣୋଇ ଡ଼ି ଚେଲପତିଙ୍କୁ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ l କିଛି ମାସ ପରେ ଶଳା ଭିଣୋଇଙ୍କୁ ଧାର ଟଙ୍କା ମାଗିଥିଲେ। କିନ୍ତୁ ଭିଣୋଇ ଆଜି-କାଲି ଦେବି କହି ଦିନ ପରେ ଦିନ ଗଡେଇ ଚାଲିଥିଲେ।
ସୋମବାର ସନ୍ଧ୍ୟାରେ ଶଳା ନାର୍ସିଙ୍ଗୁଲୁ ଭିଣୋଇ ଘରକୁ ଆସି ଧାର ଟଙ୍କା ମାଗିଥିଲେ। ଏହି ସମୟ ଯୁକ୍ତିତର୍କ ହୋଇଥିଲା l ଉତ୍ତ୍ୟକ୍ତ ହୋଇ ଚେଲପତି ସ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାକୁ ଶଳା ପ୍ରତିରୋଧ କରିଥିଲେ। ଚେଲପତି ଏକ ଲୁହା ପାଇପରେ ଶଳାଙ୍କ ମୁଣ୍ଡ ପଛ ପଟୁ ଆକ୍ରମଣ କରି ଚମ୍ପଟ ମାରିଥିଲେ l ଶଳା ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ନାର୍ସିଙ୍ଗୁଲୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ନାର୍ସିଙ୍ଗୁଲୁଙ୍କ ଭାଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନମ୍ବର ୨୬୪/୨୪ରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି l ମଙ୍ଗଳବାର ସାଇଣ୍ଟିଫିକ ଟିମ ଓ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରି ମଙ୍ଗଳବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଅନ୍ୟ ପଟେ ଭିଣୋଇ ଫେରାର ଥିବାବେଳେ ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l
The post ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ appeared first on Dharitri Odia News.