ଲୋକଙ୍କୁ ଉତ୍ତମ ବ୍ୟବହାର କର; ମୁଖ୍ୟମନ୍ତ୍ରୀ
ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି, ତୁରନ୍ତ ନ୍ୟାୟ ଦିଅ। ରାଜ୍ୟ ଗୃହ ବିଭାଗର ସମୀକ୍ଷା ବେଳେ ଏଭଳି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟ ପୁଲିସକୁ ନୂଆ ସିଏମଙ୍କ କଡ଼ା ନିର୍ଦ୍ଦେଶ। ଜନସାଧାରଣଙ୍କୁ ଦିଅ ତ୍ବରିତ ନ୍ୟାୟ। ନ୍ୟାୟ ପାଇଁ ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ନିରାଶ କରନାହିଁ। ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରି ଏଭଳି କଡ଼ା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ସିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ପହଞ୍ଚିଥିଲେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ଆରକେ ଶର୍ମାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଦେଖନ୍ତୁ ପୂରା ରିପୋର୍ଟ ।