ଲୋକସଭା ନିର୍ବାଚନ ପାୱାର ଲଢ଼େଇ ନୁହେଁ ବରଂ ମୋଦୀ ବନାମ ରାହୁଲ ଗାନ୍ଧି ଲଢ଼େଇ : ଅଜିତ ପାୱାର
ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି କହିଛନ୍ତି, ସେ ଲୋକସଭା ନିର୍ବାଚନକୁ ପାୱାର ପରିବାର ସଦସ୍ୟଙ୍କ ମଧ୍ୟରେ ଲଢ଼େଇ ବୋଲି ମନେ କରୁନାହାନ୍ତି ବରଂ ଏହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢ଼େଇ। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ବାରମତି ଲୋକସଭା ଆସନରେ ତାଙ୍କ କାକା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏହି ନିର୍ବାଚନ ଶରଦ ପାୱାର ଏବଂ ତାଙ୍କ ମଧ୍ୟରେ […]

ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି କହିଛନ୍ତି, ସେ ଲୋକସଭା ନିର୍ବାଚନକୁ ପାୱାର ପରିବାର ସଦସ୍ୟଙ୍କ ମଧ୍ୟରେ ଲଢ଼େଇ ବୋଲି ମନେ କରୁନାହାନ୍ତି ବରଂ ଏହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢ଼େଇ। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ବାରମତି ଲୋକସଭା ଆସନରେ ତାଙ୍କ କାକା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏହି ନିର୍ବାଚନ ଶରଦ ପାୱାର ଏବଂ ତାଙ୍କ ମଧ୍ୟରେ ଲଢ଼େଇ କି ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ସେ କହିଛନ୍ତି, ସେ ଏହାକ ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢ଼େଇ ବୋଲି ମନେ କରୁଛନ୍ତି। ଅଜିତ ପାୱାର କହିଛନ୍ତି, ଆମେ ଯେତେବେଳେ ନିର୍ବାଚନ ପ୍ରଚାର କଲୁ ଆମେ ଭୋଟରମାନଙ୍କୁ ଏହା କହିଲୁ ଯେ ବିଜେପି ଏବଂ ମୋଦୀ ଅବିଶ୍ବସନୀୟ ଭାବେ ଲଗାତାର ତୃତୀୟ ଥର ପାଇଁ କ୍ଷମତାକ ଆସିବେ। ତେଣୁ ଆମେମାନେ ତାଙ୍କୁ ସମର୍ଥନ କରିବାପାଇଁ ସାଂସଦଙ୍କୁ ପଠାଇବା ଉଚିତ। ବାରମତିରେ ସୁପ୍ରିୟା ସୁଲେ ଏବଂ ଶରଦ ପାୱାରଙ୍କୁ ବିରୋଧ କରିବାପାଇଁ ଅଜିତ ପାୱାର ଭୋଟରଙ୍କ ଉପରେ ଚାପ ପକାଉଛନ୍ତି ବୋଲି ଅଭିଯୋଗ ହୋଇଥିବାବେଳେ ଅଜିତ ପାୱାର ଏହାକୁ ଖଣ୍ଡନ କରିଛନ୍ତି।