ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ
ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା, ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଅଭିଯୋଗ ଶୁଣାଣିରେ ଯୋଗଦେଇ ସମୁଦାୟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଆଜିର ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ଅଭିଯୋଗ ୧୦୪ଟି ଥିବାବେଳେ, ଗ୍ରାମୀୟ […] The post ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ appeared first on Dharitri Odia News.
ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା, ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଅଭିଯୋଗ ଶୁଣାଣିରେ ଯୋଗଦେଇ ସମୁଦାୟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଆଜିର ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ଅଭିଯୋଗ ୧୦୪ଟି ଥିବାବେଳେ, ଗ୍ରାମୀୟ ଅଭିଯୋଗ ୫ଟି ଥିଲା, ଜିଲାପାଳ ତ୍ୱରିତ ୬ଟି ଅଭିଯାଗର ଫଇସଲା କରିଥିଲେ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ତିରିଶି ହଜାର ଟଙ୍କା ହିସାବରେ ଦୁଇ ଜଣଙ୍କୁ ଷାଠିଏ ହଜାର ଟଙ୍କା ଏବଂ ଆଉ ଜଣଙ୍କୁ ୧୫ ହଜାର ଟଙ୍କା ଏବଂ ଅନ୍ୟ ତିନି ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଆଜିର ଅଭିଯୋଗ ଶୁଣାଣି ସମୟରେ ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଖାଉଟି କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ଉପରେ ମୁଖ୍ୟତଃ ଥିଲା। ଗ୍ରହଣ କରିଥିବା ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ,ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ତହସିଲଦାର ଅବିନାଶ ମହାର, ଭଞ୍ଜନଗର ବିଡିଓ ପୁର୍ଣଚନ୍ଦ୍ର ପାଢ଼ୀ, ପୂର୍ତ୍ତ ବିଭାଗ ଏସଡିଓ ଭଞ୍ଜନଗର ପ୍ରତାପ ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ଭଞ୍ଜନଗର କାର୍ଯ୍ୟର୍ନିବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ସହାୟକ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ l
The post ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ appeared first on Dharitri Odia News.