ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ
ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଭୟରେ ଭଲ ଜୀବନ, ସୁସ୍ଥ ଜୀବନଶୈଳୀ ଏବଂ ଜୀବନଯାପନ କରିବାର ଅଧିକାର ରହିଛି। ମାତ୍ର ମାନବ ଚାଲାଣ ଭଳି ଘୁଣ୍ୟ କାର୍ଯ୍ୟ ଯୋଗୁଁ, ଅନେକ ସମୟରେ ଲୋକମାନେ ସେମାନଙ୍କର ଜୀବନର ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି ଏବଂ ସେମାନଙ୍କର ଜୀବନଶୈଳୀରୁ ଦୂରେଇ ଯାଇ ଅପରାଧର ଜୀବନ ଚୟନ କରିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସମୟରେ ଆତଙ୍କବାଦ, କିମ୍ବା ସେକ୍ସ ର଼୍ୟାକେଟ କିମ୍ବା ଅଙ୍ଗ କାରବାର ପାଇଁ ମାନବ ଚାଲାଣ କରାଯାଇଥାଏ। ତେବେ ଲୋକଙ୍କ ସୁରକ୍ଷା […] The post ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ appeared first on Dharitri Odia News.
ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଭୟରେ ଭଲ ଜୀବନ, ସୁସ୍ଥ ଜୀବନଶୈଳୀ ଏବଂ ଜୀବନଯାପନ କରିବାର ଅଧିକାର ରହିଛି। ମାତ୍ର ମାନବ ଚାଲାଣ ଭଳି ଘୁଣ୍ୟ କାର୍ଯ୍ୟ ଯୋଗୁଁ, ଅନେକ ସମୟରେ ଲୋକମାନେ ସେମାନଙ୍କର ଜୀବନର ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି ଏବଂ ସେମାନଙ୍କର ଜୀବନଶୈଳୀରୁ ଦୂରେଇ ଯାଇ ଅପରାଧର ଜୀବନ ଚୟନ କରିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସମୟରେ ଆତଙ୍କବାଦ, କିମ୍ବା ସେକ୍ସ ର଼୍ୟାକେଟ କିମ୍ବା ଅଙ୍ଗ କାରବାର ପାଇଁ ମାନବ ଚାଲାଣ କରାଯାଇଥାଏ। ତେବେ ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁଆରୀ ୧୧ ରେ ଜାତୀୟ ମାନବ ଚାଲାଣ ସଚେତନତା ଦିବସ ପ୍ରତିବର୍ଷ ପାଳନ କରାଯାଇଥାଏ। ପୀଡିତଙ୍କ ଦୁଃଖ ତଥା ଜୀବନ ବଞ୍ଚାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଶ୍ରମ, ବାଧ୍ୟତାମୂଳକ ଅପରାଧିକ କାର୍ଯ୍ୟକଳାପ, ଯୌନ ଶୋଷଣ, ଅଙ୍ଗ ଅପସାରଣ ଏବଂ ଚୋରା ଚାଲାଣ ହେଉଛି ମାନବ ଚାଲାଣ ହେବାର କେତେକ କାରଣ। ଦାସତ୍ୱ ମଧ୍ୟ ଏହାର ଅନ୍ୟତମ କାରଣ। ୨୦୦୭ ରେ, ଜାତୀୟ ମାନବ ଚାଲାଣ ସଚେତନତା ଦିବସକୁ ଆମେରିକା ସିନେଟ ଦ୍ୱାରା ଜାନୁଆରୀ ୧୧ ରେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମାନବ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାନୁଆରୀ ୨୦୧୦ ର ସମଗ୍ର ମାସକୁ ଉତ୍ସର୍ଗ କରିଥିଲେ।
ଲକ୍ଷ ଲକ୍ଷ ଲୋକ ନିଜ ଘରୁ ଦୂର ଦେଶକୁ ବିସ୍ଥାପିତ ହୋଇ ମାନବ ଚାଲାଣ ହୋଇଥାନ୍ତି। ଏହାରର ଏକ ସାଧାରଣ ରୂପ ହେଉଛି ଯୌନ ଶୋଷଣ ଏବଂ ଏଥିରେ ମୁଖ୍ୟତଃ ମହିଳାମାନଙ୍କୁ ଟାର୍ଗେଟ କରାଯାଇଥାଏ। ସଚେତନତା ସୃଷ୍ଟି କରିବା, ସୁରକ୍ଷାକୁ କଡାକଡି କରିବା। ଏହି ଦିବସ ଆମକୁ ପୀଡିତଙ୍କର ଦୁଃଖ ବୁଝିବାରେ ସାହାଯ୍ୟ କରେ ଏବଂ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇଥାଏ ତଥା ସେମାନଙ୍କୁ ନିୟମିତ ଜୀବନକୁ ଫେରିବାରେ ସାହାଯ୍ୟ କରିଥାଏ।
The post ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ appeared first on Dharitri Odia News.