ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା
ନୂଆଦିଲ୍ଲୀ : ଆଉ ମାତ୍ର କିଛି ଦିନ ପରେ ହେବ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା। ଏନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଶନିବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଇସ୍ତଫାର କାରଣ ଏଯାଏ ଜଣାପଡ଼ିନଥିବା ବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ […]

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଦିନ ପରେ ହେବ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା। ଏନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଶନିବାର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଇସ୍ତଫାର କାରଣ ଏଯାଏ ଜଣାପଡ଼ିନଥିବା ବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା।
ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ନେଇ ଅରୁଣ ଗୋଏଲ ଦେଇଥିବା ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି। ଗୋଏଲଙ୍କ ଇସ୍ତଫା ସହିତ ବର୍ତ୍ତମାନ ଖାଲି ପଡ଼ିଥିବା ନିର୍ବାଚନ କମିଶନର ପଦ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି ।ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ବର୍ତ୍ତମାନ ଅରୁଣ ଗୋଏଲଙ୍ ଇସ୍ତଫା ପରେ ନିର୍ବାଚନ କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି।
ନିର୍ବାଚନ କମିଶନର ଥିବା ଅରୁଣ ଗୋଏଲ ଜଣେ ଅବସରପ୍ରାପ୍ତ ପଞ୍ଜାବ କ୍ୟାଡର୍ ଆଇଏଏସ୍ ଅଧିକାରୀ। ସେ ନଭେମ୍ବର ୨୦୨୨ରେ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ତରଫରୁ ତାଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।
ଅରୁଣ ଗୋୟଲଙ୍କ ନିଯୁକ୍ତିକୁ ନେଇ ବିବାଦ ଲାଗି ରହିଥିଲା
ଆପଣଙ୍କୁ ମନେ ପକାଇଦେଉଛୁ ଯେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତି ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଅରୁଣ ଗୋଏଲ ୧୯୮୫ ବ୍ୟାଚ୍ ପଞ୍ଜାବ ଆଇଏଏସ କ୍ୟାଡର ଅଫିସର। ସେ ୨୦୨୨ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା। ତାଙ୍କୁ ଶୀଘ୍ର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ତା’ପରେ ସୁପ୍ରିମକୋର୍ଟ ସରକାରଙ୍କୁ ମଧ୍ୟ ଏନେଇ ପ୍ରଶ୍ନ କରିଥିଲେ।