ଲୋକସଭା ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, କେଉଁଠି ଲଢ଼ିବେ ରାହୁଲ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ନାଁ ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ସମେତ ଭୁପେଶ ବଘେଲ ଓ ଶଶୀ ଥରୁର ପ୍ରମୁଖ ନାଁ ରହିଛି। ଆଶା କରାଯାଉଥିଲା ରାହୁଲ ଗାନ୍ଧୀ ଏଥର ଅମେଠୀରୁ ନିର୍ବାଚନ ଲଢ଼ିବେ। ହେଲେ ସେମିତି ହେଲାନି। ଓଡ଼ିଶାରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ। ନୂଆ ତାଲିକାରେ ରାହୁଲ ଗାନ୍ଧୀ ୱାୟନଡ଼,ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଓଁରୁ, ଶଶୀ ଥରୁର ଥିରୁଭନନ୍ତପୁରମରୁ ନିର୍ବାଚନ ଲଢ଼ିବେ। ସେହିପରି ଡିକେ ସୁରେଶ ବାଙ୍ଗାଲୁରୁ ରୁରାଲରୁ କେ ସୁଧାକରଣ କାନପୁରରୁ ନିର୍ବାଚନ ଲଢିବାକୁ ଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ଅଲାପୁଜ୍ଜାରୁ ନିର୍ବାଚନ ଲଢ଼ିବେ ବୋଲି ଲିଷ୍ଟରେ ରହିଛି। ପ୍ରକାଶ ପାଇଥିବା ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣ ସାଧାଣ ବର୍ଗର ହୋଇଥିବା ବେଳେ ୨୪ ଜଣ ଏସ୍‌ସି,ଏସ୍‌ଟି ଓ ସଂଖ୍ୟାଲଘୁଙ୍କ ନାଁ ରହିଛି। ସୂଚନା ଥାଉକି ଗୁରୁବାର ହୋଇଥିବା କଂଗ୍ରେସ ଇଲେକ୍ସନ କମିଟି ବୈଠକରେ ପ୍ରାର୍ଥୀ ପତ୍ର ଚୟନ ସ୍ଥିର କରାଯାଇଥିଲା। ଏହି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଅମେଠୀରେ ରାହୁଲ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ କୌଣସି ସ୍ଥିର ହୋଇ ନାହିଁ। ପରବର୍ତ୍ତୀ ବୈଠକରେ ଏହା ନିଷ୍ପତ୍ତି ନିଆଯିବ ବୋଲି ଦ

ଲୋକସଭା ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, କେଉଁଠି ଲଢ଼ିବେ ରାହୁଲ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ନାଁ ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ସମେତ ଭୁପେଶ ବଘେଲ ଓ ଶଶୀ ଥରୁର ପ୍ରମୁଖ ନାଁ ରହିଛି। ଆଶା କରାଯାଉଥିଲା ରାହୁଲ ଗାନ୍ଧୀ ଏଥର ଅମେଠୀରୁ ନିର୍ବାଚନ ଲଢ଼ିବେ। ହେଲେ ସେମିତି ହେଲାନି। ଓଡ଼ିଶାରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ। 

ନୂଆ ତାଲିକାରେ ରାହୁଲ ଗାନ୍ଧୀ ୱାୟନଡ଼,ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଓଁରୁ, ଶଶୀ ଥରୁର ଥିରୁଭନନ୍ତପୁରମରୁ ନିର୍ବାଚନ ଲଢ଼ିବେ। ସେହିପରି ଡିକେ ସୁରେଶ ବାଙ୍ଗାଲୁରୁ ରୁରାଲରୁ କେ ସୁଧାକରଣ କାନପୁରରୁ ନିର୍ବାଚନ ଲଢିବାକୁ ଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ଅଲାପୁଜ୍ଜାରୁ ନିର୍ବାଚନ ଲଢ଼ିବେ ବୋଲି ଲିଷ୍ଟରେ ରହିଛି। 

ପ୍ରକାଶ ପାଇଥିବା ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣ ସାଧାଣ ବର୍ଗର ହୋଇଥିବା ବେଳେ ୨୪ ଜଣ ଏସ୍‌ସି,ଏସ୍‌ଟି ଓ ସଂଖ୍ୟାଲଘୁଙ୍କ ନାଁ ରହିଛି। 

ସୂଚନା ଥାଉକି ଗୁରୁବାର ହୋଇଥିବା କଂଗ୍ରେସ ଇଲେକ୍ସନ କମିଟି ବୈଠକରେ ପ୍ରାର୍ଥୀ ପତ୍ର ଚୟନ ସ୍ଥିର କରାଯାଇଥିଲା। ଏହି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନେତା ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଅମେଠୀରେ ରାହୁଲ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ କୌଣସି ସ୍ଥିର ହୋଇ ନାହିଁ। ପରବର୍ତ୍ତୀ ବୈଠକରେ ଏହା ନିଷ୍ପତ୍ତି ନିଆଯିବ ବୋଲି ଦଳ କହିଛି। 


ସେପଟେ ପ୍ରଥମ ପର୍ଯ୍ୟାୟରେ ଥିରୁଭନନ୍ତପୁରମରୁ ନିର୍ବାଚନ ଲଢ଼ିବାକୁ ମଉକା ଦେଇଥିବାରୁ ଧନ୍ୟବାଦ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ମୋ ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ସମ୍ମାନସ୍ପଦ ଓ ଧନ୍ୟମନେ କରୁଛି। ଏକ ନ୍ୟାୟୋଚିତ ନିର୍ବାନ ଅପେକ୍ଷାରେ ରହିଛି। ଆଜି ପର୍ଯ୍ୟନ୍ତ ମୋର ୧୫ ବର୍ଷର ନିର୍ବାଚନ କ୍ୟାରିୟରରେ ମୋର ଗୋଟିଏ ବି ରାଲିରେ ନକାରାତ୍ମକତା ପାଇଁ ପ୍ରଚାର କରାଯାଇ ନାହିଁ କି ଟଙ୍କାଟିଏ ବି ଖର୍ଚ୍ଚ କରି ନାହିଁ ବୋଲି ଶଶି ଥରୁର କହିଛନ୍ତି। 


ଛତିଶଗଡ଼

 

ଜଙ୍ଗରୀର-ଚମ୍ପା (ଏସସି): ଶିବକୁମାର ଦରିଆ।

କୋରବା: ଜ୍ୟୋତ୍ସନା ମହନ୍ତ।

ରାଜନନ୍ଦଗାଓଁ: ଭୁପେଶ ବଘେଲ

ଦୁର୍ଗ: ରାଜେନ୍ଦ୍ର ସାହୁ।

ରାୟପୁର: ବିକାଶ ଉପାଧ୍ୟାୟ

ମହସାମୁନ୍ଦ: ତାମ୍ରଧ୍ୱଜ ସାହୁ।


କର୍ଣ୍ଣାଟକ


ବିଜାପୁର (ଏସସି): ଏଚ୍‌ଆର୍ ଆଲଗୁର।
ହାଭେରୀ: ଆନନ୍ଦସ୍ୱାମୀ ଗାଡିଦେବରା ମ୍ୟାଥ୍
ଶିବାମୋଗା: ଗୀତା ଶିବରାଜକୁମାର
ହାସନ: ଶ୍ରେୟସ୍ ପଟେଲ
ଟୁମ୍‌କୁର: ଏସପି ମୁଦାହାନୁମେଗୌଡା
ମାଣ୍ଡ୍ୟା: ଭେଙ୍କଟାରାମେଗୌଡା (ଷ୍ଟାର୍ ଚନ୍ଦ୍ରୁ)
ବାଙ୍ଗାଲୋର ରୁରାଲ: ଡି.କେ ସୁରେଶ।

 

କେରଳ

କାସାରଗୋଡ୍: ରାଜମୋହନ ଉନିଥାନ।
କନ୍ନୁର: କେ ସୁଧାକରନ୍।
ବଡ଼କରା: ଶାଫି ପରମ୍ବିଲ୍।
ୱାୟନଡ଼: ରାହୁଲ ଗାନ୍ଧୀ।
କୋଜିକୋଡେ: ଏମ୍.କେ ରାଘବନ୍।
ପାଲକ୍କଡ: ଭି.କେ ଶ୍ରୀକନ୍ଦନ।
ଆଲାଥୁର (ଏସସି): ରାମ୍ୟା ହରିଦାସ।
ଥ୍ରୀସୁର: କେ ମୁରଲୀଧରନ୍।
ଚଲାକୁଡି: ବେନି ବେହାନନ୍।
ଏର୍ଣ୍ଣାକୁଲମ୍: ହିବି ଇଡେନ୍ |

 

ଇଡୁକି: ଡିନ୍ କୁରିଆକୋଜ୍।
ଆଲାପୁଜା: କେସି ଭେନୁଗୋପାଲ୍।
ମାଭେଲିକ୍କାର (ଏସସି): କେ ସୁରେଶ।
ପଥନମଥିଟ୍ଟା: ଆଣ୍ଟୋ ଆଣ୍ଟୋନି।
ଅଟ୍ଟିଙ୍ଗାଲ୍: ଆଡୋର ପ୍ରକାଶ।
ଥିରୁବନନ୍ତପୁରମ୍: ଶଶି ଥରୁ।

ଲକ୍ଷ୍ମୀଦୀପ (ଏସଟି): ମୋହମଦ ହମଦୁଲ୍ଲା ସଇଦ।


ମେଘାଳୟ

ଶିଲଙ୍ଗ (ଏସଟି): ଭିନ୍ସେଣ୍ଟ ଏଚ୍ ପାଲା।
ଟୁରା (ଏସ୍‌ଟି): ସାଲେଙ୍ଗ ଏ ସାଙ୍ଗମା।

ନାଗାଲାଣ୍ଡ: ଏସ୍‌ ସୁପଙ୍ଗମେରେନ୍ ଜାମିର।
ସିକ୍କିମ୍: ଗୋପାଳ ଛେତ୍ରି।


ତେଲେଙ୍ଗାନା । 

ଜାହିରାବାଦ୍: ସୁରେଶ କୁମାର ଶେଟକର।
ନାଲଗୋଣ୍ଡା: ରଘୁବୀର କୁଣ୍ଡୁରୁ।
ମେହବୁବନଗର: ଚାଲା ଭାମଶି ଚାନ୍ଦ ରେଡ୍ଡୀ।
ମହାବାବାଦ୍ (ଏସ୍‌ଟି): ବଳରାମ ନାୟିକ୍ ପୋରିକା।