ଲୋକାଭିମୁଖୀ ହେଉଛି ଗରିବ କଲ୍ୟାଣ ଯୋଜନା:ଜନସାଧାରଣଙ୍କ ବଢୁଛି ଆସ୍ଥା
ରାଇକିଆ,୧୪/୬(ପ୍ରଦୀପ ବେହେରା): ଦେଶରେ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟରେ ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତୀ ହୋଇଛି । ଏହି ଅମୃତ କାଳରେ ଉତ୍ତମ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢ଼ାଇଛି । ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶତ ପ୍ରତିଶତ କାମ କରିବା ସହ ସଚେତନତା ଦିଗରେ କାର୍ଯ୍ୟ କରିବା ପାଇଁ ଭାଜପା ତରଫରୁ ଆହ୍ବାନ କରଯାଇଛି । ରାଇକିଆ ଭାଜପାର […] The post ଲୋକାଭିମୁଖୀ ହେଉଛି ଗରିବ କଲ୍ୟାଣ ଯୋଜନା:ଜନସାଧାରଣଙ୍କ ବଢୁଛି ଆସ୍ଥା appeared first on Dharitri Odia News.
ରାଇକିଆ,୧୪/୬(ପ୍ରଦୀପ ବେହେରା): ଦେଶରେ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟରେ ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତୀ ହୋଇଛି । ଏହି ଅମୃତ କାଳରେ ଉତ୍ତମ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢ଼ାଇଛି । ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶତ ପ୍ରତିଶତ କାମ କରିବା ସହ ସଚେତନତା ଦିଗରେ କାର୍ଯ୍ୟ କରିବା ପାଇଁ ଭାଜପା ତରଫରୁ ଆହ୍ବାନ କରଯାଇଛି । ରାଇକିଆ ଭାଜପାର ୧୮ ନୋ ଜୋନର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ କର୍ମଶାଳାରେ ଅତିଥି ଭାବରେ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ମଣ୍ଡଳ ସମ୍ପାଦକ ସନକ ଦିଗାଲ ଯୋଗ ଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଦଳିୟ ସଙ୍ଗଠନକୁ ଅଧିକ ସକ୍ରିୟ କରିବା ପାଇଁ ଦଳୀୟ କର୍ମୀଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସିତଦେବୀ ପ୍ରଧାନ, ତରୁଣ ସେନ ପ୍ରଧାନ, ପ୍ରଭାକର ପ୍ରଧାନ, ନାରାୟଣ ଦଳାଇ, ଜିତୁ ପାତ୍ର, ସାମନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ପ୍ରତିନିଧି ଏବଂ କର୍ମୀ ମାନେ ଯୋଗ ଦେଇଥିଲେ।
The post ଲୋକାଭିମୁଖୀ ହେଉଛି ଗରିବ କଲ୍ୟାଣ ଯୋଜନା:ଜନସାଧାରଣଙ୍କ ବଢୁଛି ଆସ୍ଥା appeared first on Dharitri Odia News.