ଲ୍ୟାଣ୍ଡଫଲ କଲା ଘୂର୍ଣ୍ଣିଝଡ଼ ଡେବି: ୪ ମୃତ, ଫ୍ଲୋରିଡା ଅଧିକ ପ୍ରଭାବିତ
ନୂଆଦିଲ୍ଲୀ: ଫ୍ଲୋରିଡାରେ ବ୍ୟାପକ କ୍ଷତି ଘଟାଇଲା ଘୂର୍ଣ୍ଣିଝଡ଼। ଗଲ୍ଫ ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିଥିଲା। ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରବଳ ବର୍ଷା, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଘଣ୍ଟା ପ୍ରତି ପବନର ବେଗ ଥିଲା ୧୨୦ କିମି। ଡେବି ହେଉଛି ଚଳିତ ବର୍ଷର ଚତୁର୍ଥ ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼। ଏହାପୂର୍ବରୁ ଜୁନ୍ ମାସରେ ଟ୍ରପିକାଲ୍ ଷ୍ଟର୍ମ ଆଲବର୍ଟୋ, ବେରିଲ୍ ଏବଂ କ୍ରିସ୍ ଲ୍ୟାଣ୍ଡଫଲ କରିଥିଲା। ଫ୍ଲୋରିଡା, ଦକ୍ଷିଣ କାରୋଲିନା ଏବଂ ଜର୍ଜିଆରେ ପ୍ରବଳ ବର୍ଷା ହେତୁ ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି। ରବିବାର ବିଳମ୍ବିତ ରାତିରେ ଫ୍ଲୋରିଡାର ଗଲ୍ଫ କୋଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ଫ୍ଲୋରିଡାରେ ଜରୁରୀ ଘୋଷଣା କରିଛନ୍ତି ଜୋ ବାଇଡେନ।
ନୂଆଦିଲ୍ଲୀ: ଫ୍ଲୋରିଡାରେ ବ୍ୟାପକ କ୍ଷତି ଘଟାଇଲା ଘୂର୍ଣ୍ଣିଝଡ଼। ଗଲ୍ଫ ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିଥିଲା। ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରବଳ ବର୍ଷା, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଘଣ୍ଟା ପ୍ରତି ପବନର ବେଗ ଥିଲା ୧୨୦ କିମି।
ଡେବି ହେଉଛି ଚଳିତ ବର୍ଷର ଚତୁର୍ଥ ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼। ଏହାପୂର୍ବରୁ ଜୁନ୍ ମାସରେ ଟ୍ରପିକାଲ୍ ଷ୍ଟର୍ମ ଆଲବର୍ଟୋ, ବେରିଲ୍ ଏବଂ କ୍ରିସ୍ ଲ୍ୟାଣ୍ଡଫଲ କରିଥିଲା। ଫ୍ଲୋରିଡା, ଦକ୍ଷିଣ କାରୋଲିନା ଏବଂ ଜର୍ଜିଆରେ ପ୍ରବଳ ବର୍ଷା ହେତୁ ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି। ରବିବାର ବିଳମ୍ବିତ ରାତିରେ ଫ୍ଲୋରିଡାର ଗଲ୍ଫ କୋଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ଫ୍ଲୋରିଡାରେ ଜରୁରୀ ଘୋଷଣା କରିଛନ୍ତି ଜୋ ବାଇଡେନ।