ଲୟର୍ଡ ଅଷ୍ଟିନ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି
ଓ୍ବାଶିଂଟନ,୬।୧: ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆମେରିକାର ପ୍ରତିରକ୍ଷା ବିଭାଗ ଏହା ପ୍ରଥମ ଥର ନିଶ୍ଚିତ କରିଛି ଯେ ଅଷ୍ଟିନଙ୍କୁ ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି। ରାଇଡର ଶୁକ୍ରବାର କହିଛନ୍ତି ଯେ […] The post ଲୟର୍ଡ ଅଷ୍ଟିନ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ଓ୍ବାଶିଂଟନ,୬।୧: ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆମେରିକାର ପ୍ରତିରକ୍ଷା ବିଭାଗ ଏହା ପ୍ରଥମ ଥର ନିଶ୍ଚିତ କରିଛି ଯେ ଅଷ୍ଟିନଙ୍କୁ ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।
ରାଇଡର ଶୁକ୍ରବାର କହିଛନ୍ତି ଯେ ଅଷ୍ଟିନଙ୍କୁ ଡାକ୍ତରଖାନାରୁ କେବେ ମୁକ୍ତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚିକିତ୍ସା ଦ୍ୱାରା ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଖୁବ ଶୀଘ୍ର ତାଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ବିଭାଗ ଆଶା କରିଛି। ରାଇଡର କହିଛନ୍ତି ଯେ ଅଷ୍ଟିନଙ୍କ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି କରୁଛି। ଗୋପନୀୟତା ଏବଂ ଚିକିତ୍ସା କାରଣରୁ ବିଭାଗ ଅଷ୍ଟିନଙ୍କ ଅନୁପସ୍ଥିତିକୁ ସାର୍ବଜନୀନ କରି ନାହିଁ।
ଏକ ବିବୃତ୍ତିରେ ରାଇଡର୍ କହିଛନ୍ତି ଯେ ଅଷ୍ଟିନଙ୍କ ଅନୁପସ୍ଥିତିରେ ଡେପୁଟି ପ୍ରତିରକ୍ଷା ସଚିବ କ୍ୟାଥଲିନ ହିକ୍ସ କାର୍ଯ୍ୟ କରୁଛନ୍ତି। ଅଷ୍ଟିନ, ୭୦ ବର୍ଷ, ସେନାରେ ୪୧ ବର୍ଷ ବିତାଇଥିଲେ ଏବଂ ୨୦୧୬ରେ ଚାରି ତାରକା ଜେନେରାଲ ଭାବରେ ଅବସର ନେଇଥିଲେ।
The post ଲୟର୍ଡ ଅଷ୍ଟିନ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.