ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍ ରାଲି
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବାଇକ୍ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ହାଟଡିହୀ ବ୍ଲକର ୩୭ନମ୍ବର ଜୋନ ଅଧୀନ ଳିଙ୍ଗା, ଶାଳନିଆ,ଡ଼ଅଁର, ଗେଡ଼ମା, ଆଇତିପୁର, ସଡ଼ଙ୍ଗ, ହାବେଳେଶ୍ୱର ପ୍ରଭୃତି ୭ଟି ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ଗହଣରେ ପ୍ରଚାର କରିଛନ୍ତି। କଳିଙ୍ଗା ନିକଟ ପେଟ୍ରୋଲ ପମ୍ପରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିଲା l ବିଜେଡି ସରକାରଙ୍କ ବିକାଶ ମୂଳକ ଯୋଜନାକୁ ନେଇ […] The post ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍ ରାଲି appeared first on Dharitri Odia News.
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବାଇକ୍ ରାଲି ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ମଙ୍ଗଳବାର ହାଟଡିହୀ ବ୍ଲକର ୩୭ନମ୍ବର ଜୋନ ଅଧୀନ ଳିଙ୍ଗା, ଶାଳନିଆ,ଡ଼ଅଁର, ଗେଡ଼ମା, ଆଇତିପୁର, ସଡ଼ଙ୍ଗ, ହାବେଳେଶ୍ୱର ପ୍ରଭୃତି ୭ଟି ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସମର୍ଥକଙ୍କ ଗହଣରେ ପ୍ରଚାର କରିଛନ୍ତି।
କଳିଙ୍ଗା ନିକଟ ପେଟ୍ରୋଲ ପମ୍ପରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିଲା l ବିଜେଡି ସରକାରଙ୍କ ବିକାଶ ମୂଳକ ଯୋଜନାକୁ ନେଇ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅଭିମନ୍ୟୁ ଏବଂ ସମର୍ଥକ ମାନେ ଭୋଟରଙ୍କୁ ନିବେଦନ କରିଥିଲେ l
ଅମରେନ୍ଦ୍ର ଧଳ, ବୀରେନ୍ଦ୍ର ବିଶ୍ୱାଳ, ରଞ୍ଜନ ପହି, ପ୍ରତାପ ଦେଓ, ଗଦାଧର ଦାସ, ବାବୁଲା କାଣ୍ଡି, ନରେନ୍ଦ୍ର ସେଠୀ, ବ୍ରଜ କିଶୋର ଜେନା, ଧବଳେଶ୍ୱର ପଟ୍ଟନାୟକ, ରଙ୍ଗାଧର ମଲ୍ଲିକ,ବିମ୍ବାଧର ବିଶ୍ୱାଳ, ରମାକାନ୍ତ ନାୟକ ସହ ଅନେକ ବରିଷ୍ଠ କର୍ମକର୍ତ୍ତା ପ୍ରଚାରରେ ନେତୃତ୍ୱ ନେଇଥିଲେ। ନିର୍ମଳ ସେଠୀ, ଗିରିଶ ସ୍ବାଇଁ, ଅମରା ସେଠୀ, ଭ୍ରମରବର ସେଠୀ, ପ୍ରଦୀପ ସେଠୀ, ଗୀତିମୟ ବେହେରା, ଶିଶିର ବେହେରା, ବରଦା ପ୍ରସନ୍ନ ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ଏବଂ ଭାଜପା ପକ୍ଷରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇଛି।
The post ଶକ୍ତି ପ୍ରଦର୍ଶନ କଲା ବିଜେଡି: ୭ ପଞ୍ଚାୟତରେ ବାଇକ୍ ରାଲି appeared first on Dharitri Odia News.