ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା ବାଇକ୍‌। ପ୍ରକାଶ ଯେ, ବଜାଜ ଶୋ ରୁମକୁ ବାଇକ୍‌ ସର୍ଭିସିଂ କରିବାକୁ ଆଣିଥିଲେ। ହେଲେ କୌଣସି କାରଣ ବଶତଃ ଶଟ୍‌ ସର୍କିଟ ହୋଇ ବାଇକ୍‌ ଜଳିଯାଇଛି। ନିଆଁ ଲିଭାଇବାକୁ ଶୋ’ ରୁମର କର୍ମଚାରୀମାନେ ଚେଷ୍ଟା କରିଥଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ଘଟଣା ସମ୍ପର୍କରେ କୋକସରା […] The post ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌ appeared first on Dharitri Odia News.

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା ବାଇକ୍‌। ପ୍ରକାଶ ଯେ, ବଜାଜ ଶୋ ରୁମକୁ ବାଇକ୍‌ ସର୍ଭିସିଂ କରିବାକୁ ଆଣିଥିଲେ। ହେଲେ କୌଣସି କାରଣ ବଶତଃ ଶଟ୍‌ ସର୍କିଟ ହୋଇ ବାଇକ୍‌ ଜଳିଯାଇଛି। ନିଆଁ ଲିଭାଇବାକୁ ଶୋ’ ରୁମର କର୍ମଚାରୀମାନେ ଚେଷ୍ଟା କରିଥଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ଘଟଣା ସମ୍ପର୍କରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ଅଗ୍ନିଶମ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ବାଇକଟି ଘନଶ୍ୟାମ ମାଝୀଙ୍କର ବୋଲି ଜଣାପଡିଛି।

The post ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌ appeared first on Dharitri Odia News.