ଶତକ ସ୍ଵପ୍ନ ଭାଙ୍ଗିବା ପରେ ରିଷଭଙ୍କ ମନୋବଳ ବଢାଇଲେ ଗର୍ଲଫ୍ରେଣ୍ଡ ଇଶା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ଵାଇ ୨୦।୧୦; ଭାରତୀୟ କ୍ରିକେଟର ରିଷଭ ପନ୍ଥ। ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚ୍‌ରେ ଶାନଦାର ଖେଳ ଖେଳିଥିଲେ । ହେଲେ   ସେ ଏବେ ପୁଣି ଥରେ ଅସୁବିଧାର ପରିସ୍ଥିତିରେ ଟିମ୍‌ ଇଣ୍ଡିଆର ସଙ୍କଟମୋଚନ ସାଜିଥିଲେ । ରିଷଭ ଏହି ମୁକାବିଲାରେ  ୧୦୫ ବଲ୍‌ରେ ୯୯ ରନ୍‌ କରିଥିଲେ । ଏହି  ସମୟରେ ପନ୍ତ ୯ଟି ଚୌକା ୫ଟି ଛକା ମାରିଥିଲେ।ହେଲେ ରିଷଭଙ୍କ ଏହି ଶତକ କେବଳ ଗୋଟି ରନ ପାଇଁ ପଛରେ ରହିଗଲା । ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି । ଇଶା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପନ୍ତଙ୍କ ଏକ ଫଟୋ ସେୟାର କରିଥିଲେ । ଏହା ସହ ସେ ଲେଖିଥିଲେ ଗୋଲ୍ଡେନ୍‌ ବଏ ଓ ନଜର ନଲାଗିବା ପାଇଁ ଏକ ଇମୋଜି ରଖିଥିଲେ ।କହିବାକୁ ଗଲେ ଏହା ପ୍ରଥମ ପୋଷ୍ଟ ନୁହେଁ । ଇଶା ଏହା ପୂର୍ବରୁ ମଧ୍ୟ ରିଷଭ ପନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ପନ୍ତ ତାଙ୍କ ଟେଷ୍ଟ କ୍ୟାରିଅର ପ୍ରତମ ଥର ୯୯ ରନ୍‌ କରିକି ଆଉଟ୍‌ ହୋଇଛନ୍ତି।  ଭାରତୀୟ ଟେଷ୍ଟ   କ୍ରିକେଟ୍‌ରେ ୧୨ ବର୍ଷ ପରେ ୱିକେଟ୍‌କିପର ସହ ଏପରି କିଛି ଘଟିଥିଲା ।  ଏହା ପୂର୍ବରୁ ୨୦୧୨ରେ ଧୋନି ୯୯ ରନ୍‌ କରି ଆଉଟ ହୋଇଥିଲେ।

ଶତକ ସ୍ଵପ୍ନ ଭାଙ୍ଗିବା ପରେ ରିଷଭଙ୍କ ମନୋବଳ ବଢାଇଲେ ଗର୍ଲଫ୍ରେଣ୍ଡ ଇଶା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ଵାଇ ୨୦।୧୦; ଭାରତୀୟ କ୍ରିକେଟର ରିଷଭ ପନ୍ଥ। ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚ୍‌ରେ ଶାନଦାର ଖେଳ ଖେଳିଥିଲେ । ହେଲେ   ସେ ଏବେ ପୁଣି ଥରେ ଅସୁବିଧାର ପରିସ୍ଥିତିରେ ଟିମ୍‌ ଇଣ୍ଡିଆର ସଙ୍କଟମୋଚନ ସାଜିଥିଲେ । ରିଷଭ ଏହି ମୁକାବିଲାରେ  ୧୦୫ ବଲ୍‌ରେ ୯୯ ରନ୍‌ କରିଥିଲେ । ଏହି  ସମୟରେ ପନ୍ତ ୯ଟି ଚୌକା ୫ଟି ଛକା ମାରିଥିଲେ।

ହେଲେ ରିଷଭଙ୍କ ଏହି ଶତକ କେବଳ ଗୋଟି ରନ ପାଇଁ ପଛରେ ରହିଗଲା । ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି । ଇଶା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପନ୍ତଙ୍କ ଏକ ଫଟୋ ସେୟାର କରିଥିଲେ । ଏହା ସହ ସେ ଲେଖିଥିଲେ ଗୋଲ୍ଡେନ୍‌ ବଏ ଓ ନଜର ନଲାଗିବା ପାଇଁ ଏକ ଇମୋଜି ରଖିଥିଲେ ।

କହିବାକୁ ଗଲେ ଏହା ପ୍ରଥମ ପୋଷ୍ଟ ନୁହେଁ । ଇଶା ଏହା ପୂର୍ବରୁ ମଧ୍ୟ ରିଷଭ ପନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ପନ୍ତ ତାଙ୍କ ଟେଷ୍ଟ କ୍ୟାରିଅର ପ୍ରତମ ଥର ୯୯ ରନ୍‌ କରିକି ଆଉଟ୍‌ ହୋଇଛନ୍ତି।  ଭାରତୀୟ ଟେଷ୍ଟ   କ୍ରିକେଟ୍‌ରେ ୧୨ ବର୍ଷ ପରେ ୱିକେଟ୍‌କିପର ସହ ଏପରି କିଛି ଘଟିଥିଲା ।  ଏହା ପୂର୍ବରୁ ୨୦୧୨ରେ ଧୋନି ୯୯ ରନ୍‌ କରି ଆଉଟ ହୋଇଥିଲେ।